ପଶ୍ଚିମବଙ୍ଗରୁ ଫେରିଥିବା ଅଗ୍ନିଶମ କର୍ମଚାରୀ ପ୍ଲାଜମା ଦେବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ରୁ ସୁସ୍ଥ ହୋଇଥିବା ଅଗ୍ନିଶମ କର୍ମଚାରୀମାନେ ପ୍ଲାଜମା ଦାନ କରିବେ। ପ୍ରଥମ ପର୍ଯ୍ୟାୟରେ ୧୦ ଜଣ କର୍ମଚାରୀ ପ୍ଲାଜମା ଦାନ କରିବେ। କଟକ SCB ମେଡିକାଲରେ ସେମାନଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯିବ। ଗୁରୁତର ‘କରୋନା’ ଆକ୍ରାନ୍ତଙ୍କ ଚିକିତ୍ସାରେ ପ୍ଲାଜମାର ବ୍ୟବହାର ହେବ। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି। ମହାମାରୀ ‘କରୋନା’ ସମୟରେ ଅମ୍ଫାନ ଓଡ଼ିଶା ଓ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଥିଲା। ବାତ୍ୟା ବ୍ୟାପକ କ୍ଷତୟକ୍ଷତି କରିଥିଲା। ଏଥିରେ […]

plazma

Manoranjan Sial
  • Published: Saturday, 18 July 2020
  • , Updated: 18 July 2020, 08:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ରୁ ସୁସ୍ଥ ହୋଇଥିବା ଅଗ୍ନିଶମ କର୍ମଚାରୀମାନେ ପ୍ଲାଜମା ଦାନ କରିବେ। ପ୍ରଥମ ପର୍ଯ୍ୟାୟରେ ୧୦ ଜଣ କର୍ମଚାରୀ ପ୍ଲାଜମା ଦାନ କରିବେ। କଟକ SCB ମେଡିକାଲରେ ସେମାନଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯିବ। ଗୁରୁତର ‘କରୋନା’ ଆକ୍ରାନ୍ତଙ୍କ ଚିକିତ୍ସାରେ ପ୍ଲାଜମାର ବ୍ୟବହାର ହେବ। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି।

ମହାମାରୀ ‘କରୋନା’ ସମୟରେ ଅମ୍ଫାନ ଓଡ଼ିଶା ଓ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଥିଲା। ବାତ୍ୟା ବ୍ୟାପକ କ୍ଷତୟକ୍ଷତି କରିଥିଲା। ଏଥିରେ ସହଯୋଗର ହାତ ବଢ଼ାଇବା ପାଇଁ ଓଡ଼ିଶା ସରକାର ଅଗ୍ନିଶମ କର୍ମଚାରୀଙ୍କୁ ପଶ୍ଚିମବଙ୍ଗ ପଠାଇଥିଲେ। ସେମାନେ ସେଠାରୁ ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିବା ପରେ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ପ୍ରାୟତଃ ସମସ୍ତ କର୍ମଚାରୀଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନଙ୍କୁ ଡିସ୍‌ଚାର୍ଜ କରାଯାଇଛି।

ତେବେ ‘କରୋନା’ର ମୁକାବିଲା ପାଇଁ ଦିଲ୍ଲୀରେ ପ୍ଲାଜମା ଥେରାପିକୁ ଗୁରୁତ୍ୱ ଦିଆଯାଉଛି। ଏହାକୁ ଦେଖି ରାଜ୍ୟ ସରକାର ପ୍ଲାଜ୍‌ମା ସଂଗ୍ରହ ଆରମ୍ଭ କରିଛନ୍ତି। ଏସ୍‌ସିବି ମେଡିକାଲ୍‌କୁ ପ୍ଲାଜମା ନୋଡାଲ୍‌ ଅଫିସ୍‌ ଭାବେ ଗ୍ରହଣ କରାଯାଇଛି। କଟକ ଅଶ୍ୱିନୀ, କିମ୍ସ ଓ ସମ୍‌ ମେଡିକାଲ୍‌ରେ କୌଣସି ବ୍ୟକ୍ତି ‘କରୋନା’ରୁ ଆରୋଗ୍ୟ ପରେ ପ୍ଲାଜମା ଦାନ କରିପାରିବେ।

Related story