ତେଜରାତି ଦୋକାନୀଙ୍କ ଉପରକୁ ଗୁଳିମାଡ଼

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗାଁରେ ଜଣେ ତେଜରାତି ଦୋକାନୀଙ୍କ ଉପରକୁ ଗୁଳି ମାଡ଼ ହୋଇଛି। ତାଙ୍କ ନାଁ ସୁଶାନ୍ତ ପାତ୍ର। ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କ ନାଁ ସଞ୍ଜୟ ବାରିକ। ସୂଚନା ଅନୁଯାୟୀ, ସିଙ୍ଗିପୁର ଗାଁରେ ସୁଶାନ୍ତଙ୍କର ଏକ ତେଜରାତି ଦୋକାନ ଅଛି। ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ସୁଶାନ୍ତ ଦୋକାନରେ ନଥିଲେ। ତାଙ୍କ ପୁଅ ଓ ସ୍ତ୍ରୀ  ଦୋକାନରେ ବସିଥିଲେ। ଏହି ସମୟରେ ସଞ୍ଜୟ ଦୋକାନକୁ […]

berhampur

Jyoshna Pradhan
  • Published: Saturday, 26 October 2019
  • , Updated: 26 October 2019, 09:51 AM IST

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗାଁରେ ଜଣେ ତେଜରାତି ଦୋକାନୀଙ୍କ ଉପରକୁ ଗୁଳି ମାଡ଼ ହୋଇଛି। ତାଙ୍କ ନାଁ ସୁଶାନ୍ତ ପାତ୍ର। ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କ ନାଁ ସଞ୍ଜୟ ବାରିକ।

ସୂଚନା ଅନୁଯାୟୀ, ସିଙ୍ଗିପୁର ଗାଁରେ ସୁଶାନ୍ତଙ୍କର ଏକ ତେଜରାତି ଦୋକାନ ଅଛି। ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ସୁଶାନ୍ତ ଦୋକାନରେ ନଥିଲେ। ତାଙ୍କ ପୁଅ ଓ ସ୍ତ୍ରୀ  ଦୋକାନରେ ବସିଥିଲେ। ଏହି ସମୟରେ ସଞ୍ଜୟ ଦୋକାନକୁ ଆସି ଗୁଟ୍‌ଖା ମାଗିଥିଲେ। ତେବେ ସୁଶାନ୍ତଙ୍କ ପୁଅ ଓ ତାଙ୍କ ସ୍ତ୍ରୀ ବାକି ଦେବାକୁ ମନା କରିଥିଲେ। ଏହାପରେ ଦୋକାନ ଆଗରେ ସଞ୍ଜୟ ପାଟିତୁଣ୍ଡ କରୁଥିବା ବେଳେ ସୁଶାନ୍ତ ଆସି ସେଠାରେ ପହଞ୍ଚିଥିଲେ ଓ ବାକି ଦେବାକୁ ମନା କରି ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଞ୍ଜୟ ଘରକୁ ଯାଇ ଏକ ମାଉଜର ଆଣିଥିଲା। ସଞ୍ଜୟ ହାତରେ ମାଉଜର ଦେଖି ସୁଶାନ୍ତ ଡରି ଯାଇଥିଲେ। ସେ ଭୟରେ ଘର ଭିତରକୁ ପଶି ଯାଉଥିବା ବେଳେ ସଞ୍ଜୟ ପଛପଟୁ ଗୁଳିମାଡ଼ କରିଥିଲା। ଗୁଳିଟି ସୁଶାନ୍ତଙ୍କ ଅଣ୍ଟାରେ ବାଜି ବାହାରି ଯାଇଥିଲା। ଏହା ପରେ ସଞ୍ଜୟ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ସୁଶାନ୍ତଙ୍କୁ ପ୍ରଥମେ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲ୍‌କୁ ଅଣାଯାଇଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Related story