ଡ୍ରାଇଭରଙ୍କୁ ଗୁଳିମାଡ଼

ଯାଜପୁର: ଯାଜପୁରରେ ଗୁଳିମାଡ଼ ହୋଇଛି। ଏକ ବୋଲେରୋରେ ରୋଗୀ ନେଇ ଯାଉଥିବା ଜଣେ ଡ୍ରାଇଭରଙ୍କୁ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି। ଏଥିରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଆହତ ଡ୍ରାଇଭର ହେଲେ ଭଦ୍ରକର ଜମିର ଖାନ୍। ଜମିର ତାଙ୍କ ଗାଡ଼ିରେ ଜଣେ ରୋଗୀଙ୍କୁ ଭଦ୍ରକରୁ କଟକ ଆଣୁଥିବା ବେଳେ ପାଣିକୋଇଲି ଏସ୍‌ପି ଅଫିସ୍ ନିକଟରେ ତାଙ୍କୁ ତିନି ଜଣ ଦୁର୍ବୃତ୍ତ ଏକ ସଫାରୀ ଗାଡ଼ିରେ ଆସି ଗୁଳି ମାଡ଼ କରିଥିଲେ। ଏହାପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୂର୍ବ ଶତ୍ରୁତାରୁ ଜମିରଙ୍କୁ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି।  ପାଣିକୋଇଲି ପୋଲିସ ଘଟଣାର ଅନୁସନ୍ଧାନ କରୁଛି।