ରାତି ଅଧରେ ଘରେ ପଶିଲା ଦୁର୍ବୃତ୍ତ, ଗୁଳି ଚଳାଇଲା

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି । ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାଯାଇଛି। ପୁଲିସ୍‌ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଧନୁପାଲି ଥାନାର ମୋତିଝରଣ  ଅଞ୍ଚଳରେ ମହମ୍ମଦ ଲତିଫଙ୍କ ଘରକୁ  ଜଣେ ଦୁର୍ବୃତ୍ତ ପଶିବା ସହ  ତାଙ୍କୁ ମାଡ଼ ମାରିବା ସହ ଫାଙ୍କା ଗୁଳି ଚଳାଇଥିଲା। ଖବର ପାଇଁ ଧନୁପାଲି  ପୁଲିସ୍‌ ଘଟଣାସ୍ଥଳରେ […]

gun-3

Niharika Rout
  • Published: Wednesday, 07 October 2020
  • , Updated: 07 October 2020, 10:26 AM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି । ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାଯାଇଛି।

ପୁଲିସ୍‌ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଧନୁପାଲି ଥାନାର ମୋତିଝରଣ  ଅଞ୍ଚଳରେ ମହମ୍ମଦ ଲତିଫଙ୍କ ଘରକୁ  ଜଣେ ଦୁର୍ବୃତ୍ତ ପଶିବା ସହ  ତାଙ୍କୁ ମାଡ଼ ମାରିବା ସହ ଫାଙ୍କା ଗୁଳି ଚଳାଇଥିଲା।

ଖବର ପାଇଁ ଧନୁପାଲି  ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଏକ ଖୋକା ଜବତ କରିଛି । ଅଭିଯୁକ୍ତ ଫେରାର ହୋଇଯାଇଥିବାରୁ ଆକ୍ରମଣର କାରଣ ସମ୍ପର୍କରେ ପୁଲିସ୍‌ ଖୋଳତାଡ କରୁଛି।

Related story