ମଧ୍ୟସ୍ତି ସାଜିଥିଲେ ୨ ଯୁବକ, ଖାଇଲେ ଗୁଳି

ବାଙ୍କୀ(ସଞ୍ଜୀପ କୁମାର ନାୟକ): ଉଭୟ ପକ୍ଷଙ୍କ ମଧ୍ୟରେ ବଟି ଆଦାୟକୁ ନେଇ ଲାଗିଥିବା ବିବାଦର ସମାଧାନ କରିବାକୁ ଅଣ୍ଟା ଭିଡ଼ିଥିଲେ ୨ ଯୁବକ । ଏହି ବିବାଦ ମେଣ୍ଟାଇବାକୁ ସେମାନେ ମଧ୍ୟସ୍ତି ସାଜିଥିଲେ। ହେଲେ କଥା ଛିଣ୍ଡିବା ବଦଳରେ ସେମାନଙ୍କୁ ଖାଇବାକୁ ପଡ଼ିଲା ଗୁଳି ମାଡ଼ । ଏପରି ଅଭାବନୀୟ ଘଟଣା କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ ଗତ ରାତିରେ ଘଟିଛି। ଗୁଳିମାଡ଼ ଯୋଗୁ ଆହତ ହୋଇଥିବା ୨ ଜଣ ହେଲେ ବାଙ୍କୀ ଥାନା ଅନ୍ତର୍ଗତ […]

Bullate-firing

Bullate-firing

Niharika Rout
  • Published: Monday, 24 October 2022
  • Updated: 24 October 2022, 09:42 AM IST

Sports

Latest News

ବାଙ୍କୀ(ସଞ୍ଜୀପ କୁମାର ନାୟକ): ଉଭୟ ପକ୍ଷଙ୍କ ମଧ୍ୟରେ ବଟି ଆଦାୟକୁ ନେଇ ଲାଗିଥିବା ବିବାଦର ସମାଧାନ କରିବାକୁ ଅଣ୍ଟା ଭିଡ଼ିଥିଲେ ୨ ଯୁବକ । ଏହି ବିବାଦ ମେଣ୍ଟାଇବାକୁ ସେମାନେ ମଧ୍ୟସ୍ତି ସାଜିଥିଲେ। ହେଲେ କଥା ଛିଣ୍ଡିବା ବଦଳରେ ସେମାନଙ୍କୁ ଖାଇବାକୁ ପଡ଼ିଲା ଗୁଳି ମାଡ଼ । ଏପରି ଅଭାବନୀୟ ଘଟଣା କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ ଗତ ରାତିରେ ଘଟିଛି।

ଗୁଳିମାଡ଼ ଯୋଗୁ ଆହତ ହୋଇଥିବା ୨ ଜଣ ହେଲେ ବାଙ୍କୀ ଥାନା ଅନ୍ତର୍ଗତ ବାଁରା ଗାଁର ଗଣେଶ ରାଉତ, ମଣ୍ଟୁ  । ସେମାନଙ୍କୁ ଗୁଳି ମାଡ଼ କରିଥିବା ଯୁବକଜଣକ ଉକ୍ତ ଗାଁର  ଵଣ୍ଟି  ପାତ୍ର ବୋଲି ଜଣାଯାଇଛି।

ସୂଚନା ଅନୁଯାୟୀ, ବାଙ୍କୀ ଥାନା ଅନ୍ତର୍ଗତ ଗୟଳବାଙ୍କ ନିକଟସ୍ଥ ମହାନଦୀ କୂଳରେ ଏକ ବାଣ ଗୋଦାମ ଖୋଲିଛଇ। ଵଣ୍ଟି  ପାତ୍ର ଉକ୍ତ ଗୋଦାମ ମାଲିକଙ୍କୁ ଧମକାଇ ୨ ଲକ୍ଷ ବଟି ଦେବାକୁ ଚେତାଇ ଦେଇଥିଲେ। ଏନେଇ ଗୋଦାମ ମାଲିକ ଉକ୍ତ ଗାଁର ଗଣେଶ ଓ ମଣ୍ଟୁଙ୍କୁ ଜଣାଇ ଘଟଣାର ସମାଧାନ କରିବାକୁ ଅନୁରୋଧ କରିଥିଲେ।

ଏହାପରେ  ଗଣେଶ ଓ ମଣ୍ଟୁ ଉଭୟ ବଣ୍ଟି ଘରକୁ ଯାଇଥିଲେ। ସେଠାରେ ସେମାନେ ତାଙ୍କ ବାପା ଓ ଭାଇଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ ସେମାନେ ନିଜ ପୁଅକୁ ସମର୍ଥନ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏହାଦେଖି ଘରେ ଥିବା ବଣ୍ଟି ଏକ ବନ୍ଧୁକ ଆଣି ଉଭୟ ଗଣେଶ  ଓ ମଣ୍ଟୁଙ୍କ ଉପରକୁ ଗୁଳି ଚଳାଇଥିଲେ।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି।

ଖବର ପାଇ ବାଙ୍କୀ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବଣ୍ଟିଙ୍କ ଭାଇ ଓ ତାଙ୍କ ବାପାଙ୍କୁ ଆଣି ଅଟକ ରଖିଛି। ଘଟଣାସ୍ଥଳରୁ ବଣ୍ଟି ଫେରାର ହୋଇଯାଇଥିବା ବେଳେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos