ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଜଣେ ବିଜେଡି କର୍ମୀଙ୍କ ଉପରେ ଗୁଳିମାଡ଼ ହୋଇଛି। ଭୁବନେଶ୍ୱର ସ୍ଥିତ ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଟାଙ୍କି ନିକଟରେ ଏହି ଗୁଳିମାଡ଼ ହୋଇଛି। ପୂର୍ବ ଶତ୍ରୁକା ନେଇ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଗୁଳିର ଖୋକା ଜବତ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ,ତୈଳଦର ନେଇ ବୃଦ୍ଧିକୁ ନେଇ ଲିଙ୍ଗିପୁର ପେଟ୍ରୋଲ ଟାଙ୍କି ନିକଟରେ ବିଜେଡି କର୍ମୀମାନେ ବିକ୍ଷୋଭ କରୁଥିଲେ। ଏହି ସମୟରେ ଜଣେ ଲୋକେ ବିଜେଡି ନେତା ରବି ପାତ୍ରଙ୍କୁ ସେଠାରୁ ରାସ୍ତା ଉପରକୁ ଡାକି ନେଇଥିଲେ। ସେଠାରେ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା। ତେବେ ଗୁଳି ତାଙ୍କ ଦେହରେ ବାଜି ନଥିବା ଜଣାପଡ଼ିଛି।
ଗୁଳିକାଣ୍ଡ ପ୍ରତିବାଦରେ ବିଜେଡି କର୍ମୀମାନେ ଲିଙ୍ଗିପୁର ଛକରେ ରାସ୍ତାରୋକ କରିଥିଲେ। ତେଣୁ କିଛି ସମୟ ଧରି ଭୁବନେଶ୍ୱର-ପୁରୀ ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।