ସରିଲା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ, ୧୨ରୁ ଦ୍ୱିତୀୟ ପର୍ଯ୍ୟାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତମାସ ୧୮ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଆଜି ଶେଷ ହୋଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଆସନ୍ତା ମାର୍ଚ୍ଚ ୧୨ତାରିଖ ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଆଜି ପ୍ରଥମ ପର୍ଯ୍ୟାୟ ଅଧିବେଶନର ଶେଷଦିନରେ ଗୃହ ସ୍ୱାଭାବିକ ଚାଲିଥିଲା। ଗୃହରେ ଆଜି ପ୍ରଥମାର୍ଦ୍ଧରେ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ସହ ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ପ୍ରସ୍ତାବ ଗୃହୀତ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ବଜେଟ […]

assamble

assamble

Ordigital Desk
  • Published: Saturday, 27 February 2021
  • Updated: 27 February 2021, 10:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତମାସ ୧୮ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଆଜି ଶେଷ ହୋଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଆସନ୍ତା ମାର୍ଚ୍ଚ ୧୨ତାରିଖ ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

ଆଜି ପ୍ରଥମ ପର୍ଯ୍ୟାୟ ଅଧିବେଶନର ଶେଷଦିନରେ ଗୃହ ସ୍ୱାଭାବିକ ଚାଲିଥିଲା। ଗୃହରେ ଆଜି ପ୍ରଥମାର୍ଦ୍ଧରେ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ସହ ଶ୍ରୀମନ୍ଦିର ପରିକ୍ରମା ସଂକଳ୍ପ ପ୍ରସ୍ତାବ ଗୃହୀତ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ବଜେଟ ଉପରେ ସାଧାରଣ ଆଲୋଚନା ମଧ୍ୟ ଶେଷ ହୋଇଛି। କେବଳ ମୁଲତବୀ ପ୍ରସ୍ତାବବେଳେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିରୋଧୀ ସଦସ୍ୟମାନେ କିଛି ସମୟ ହଟ୍ଟଗୋଳ ପରେ ଗୃହ ପୁଣିଥରେ ସ୍ୱାଭାବିକ ହୋଇଥିଲା।

ଦ୍ୱିତୀୟାର୍ଦ୍ଧରେ ବଜେଟ୍ ଉପରେ ସାଧାରଣ ଆଲୋଚନାର ଉତ୍ତର ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ଗତ ୬ବର୍ଷ ମଧ୍ରରେ କେନ୍ଦ୍ର ସରକାର ୫୯ହଜାର ୨୨୨କୋଟି ଟଙ୍କା ଦେଇନାହାନ୍ତି। ଏଥିପାଇଁ ଅର୍ଥ କମିଶନ ସୁପାରିସ୍ କରିଥିବା ସତ୍ତ୍ୱେ ଏହି ଟଙ୍କା ମିଳିନାହିଁ। କେନ୍ଦ୍ର ସରକାର ୮ଟି ଯୋଜନାକୁ ଉଚ୍ଛେଦ କରିଛନ୍ତି। ଏଫଆରବିଏମ୍ ଆକ୍ଟ ଅନୁସାରେ ସରକାର ଋଣ କରିଛନ୍ତି। ଧାନ ସବସିଡି ବାବଦରେ ବକେୟା ୮ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା କେନ୍ଦ୍ର ସରକାରଙ୍କ ଉପରେ ରହିଛି।

ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୦-୨୧ ଆର୍ଥିକ ବର୍ଷ ସଂଶୋଧିତ ବଜେଟ୍ ତୁଳନାରେ ୨୦୨୧-୨୨ ବର୍ଷର ବଜେଟ ୨୬ ପ୍ରତିଶତ ଅଧିକ। ଏହି ୧ଲକ୍ଷ ୭୦ହଜାର କୋଟି ଟଙ୍କାର ବଜେଟରେ ମୁଖ୍ୟମନ୍ତ୍ରୀଙ୍କ ଫାଇଭ-ଟି ମନ୍ତ୍ର ଓ ‘ମୋ ସରକାର’ର ସଫଳ ରୂପାୟନ ପାଇଁ ଆବଶ୍ୟକ ବ୍ୟବସ୍ଥା ହୋଇଛି। ୨୦୦୫-୦୬ ଆର୍ଥିକ ବର୍ଷଠୁ ରାଜସ୍ୱ ବଳକା ସ୍ଥିତି ବଜାୟ ରହିଛି। ସମସ୍ତ ଋଣ ପୁଞ୍ଜି ଖର୍ଚ୍ଚ ପାଇଁ ବ୍ୟବହୃତ ହେଉଛି।

ଋଣ ସମ୍ବନ୍ଧରେ ରାଜ୍ୟର ସ୍ଥିତି ଓ ମିଡିୟମ ଟର୍ମରେ କିଭଳି ସ୍ଥିତି ରହିବ ସେ ବାବଦରେ ସମସ୍ତଙ୍କ ଅବଗତି ନିମନ୍ତେ ସରକାର ‘ଷ୍ଟାଟସ ପେପର ଅନ ପବ୍ଲିକ ଡେବ୍‌ଟ’ ନାମକ ଏକ ପୁସ୍ତିକା ଗୃହରେ ବଜେଟ ସହ ଉପସ୍ଥାପନ କରିଛନ୍ତି। ତେଣୁ ରାଜ୍ୟର ଋଣ ହାରର ପୋଷଣୀୟତା ବାବଦକୁ ସନ୍ଦେହ ପ୍ରକାଶ କରିବାର ଆବଶ୍ୟକତା ନାହିଁ। ୨୦୨୦-୨୧ରେ ମଧ୍ୟ ରିଜର୍ଭ ବ୍ୟାଙ୍କ ଓଡ଼ିଶାର ବିତ୍ତୀୟ ବିପତ୍ତି ପରିଚାଳନାକୁ ସର୍ବୋତ୍ତ ବୋଲି କହି ପ୍ରଶଂସା କରିଥିବା ନେଇ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଗୃହକୁ ଅବଗତ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଚାଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story