ସ୍ଥାନାନ୍ତର ହେବ ୟୁନିଟ୍-୪ ମାଛ ମାର୍କେଟ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆବଶ୍ୟକ ଜିନିଷକୁ ଛାଡ଼ିଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ତେବେ ପନିପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିଛି। ହେଲେ ଏହି ସବୁ ସ୍ଥାନରେ ହେଉଥିବା ଗହଳିକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ୱ ରକ୍ଷା ଲାଗି ଭୁବନେଶ୍ୱରସ୍ଥିତ ୟୁନିଟ୍-୪ ମାଛ ମାର୍କେଟକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବ। ସେଠାରେ ଆଉ ମାଛ ବ୍ୟବସାୟୀ […]

fisha777

Tapaswini Nayak
  • Published: Tuesday, 31 March 2020
  • , Updated: 31 March 2020, 02:07 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆବଶ୍ୟକ ଜିନିଷକୁ ଛାଡ଼ିଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ତେବେ ପନିପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିଛି।

ହେଲେ ଏହି ସବୁ ସ୍ଥାନରେ ହେଉଥିବା ଗହଳିକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ୱ ରକ୍ଷା ଲାଗି ଭୁବନେଶ୍ୱରସ୍ଥିତ ୟୁନିଟ୍-୪ ମାଛ ମାର୍କେଟକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବ। ସେଠାରେ ଆଉ ମାଛ ବ୍ୟବସାୟୀ ବସିବେ ନାହିଁ।

ୟୁନିଟ୍-୪ ମାଛ ମାର୍କେଟରେ ବସୁଥିବା ୧୫୦ ମାଛ ବ୍ୟବସାୟୀ କାଲିଠାରୁ ଶାସ୍ତ୍ରୀ ନଗରର ରେଡକ୍ରସ ଭବନ ପଟେଲ ମାର୍ଗରେ ବସିବେ। ବିଏମ୍‌ସି ଜୋନାଲ ଡେପୁଟି କମିଶନର ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ୟୁନିଟ୍-୪ ମାର୍କେଟରେ ଥିବା ଚିକେନ୍ ଓ ମଟନ ଦୋକାନ ପୂର୍ବପରି ଚାଲିବ। ଖାଲି ମାଛ ଦୋକାନୀମାନଙ୍କୁ ସ୍ଥାନାନ୍ତର କରାଯିବ।

Related story