ଓଲଟି ପଡ଼ିଥିବା ଟ୍ରକ୍‌ର ଡ୍ରାଇଭର ସାହାଯ୍ୟ ମାଗୁଥିଲେ, ଲୋକେ ମାଛ ବୋହିବାରେ ବ୍ୟସ୍ତ ଥିଲେ

ରାଉରକେଲା(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ନିକଟ କନ୍ଦାବାହଲ ନିକଟ ବିଜୁ Expreswayରେ ମଙ୍ଗଳବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଏକ ମାଛ ବୋଝେଇ ମିନି ଟ୍ରକ ଓଲଟି ପଡ଼ିବାରୁ ଟ୍ରକର ଡ୍ରାଇଭର ଏବଂ ହେଲ୍ପର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ଏଥିପ୍ରତି ନିଘା ନଥିଲା । ଆହତମାନଙ୍କୁ ଉଦ୍ଧାର କରିବା ବଦଳରେ  ଓଲଟି ପଡିଥିବା ଟ୍ରକର ମାଛ ବୋହିବାରେ ବ୍ୟସ୍ତ ଥିଲେ ଲୋକେ। ରାଜପଥ କଡରେ ଏହି ଟ୍ରକଟି ଓଲଟି ପଡିଥିବା ବେଳେ […]

6bvc

Tapas Behera
  • Published: Tuesday, 25 August 2020
  • , Updated: 25 August 2020, 06:11 PM IST

ରାଉରକେଲା(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ନିକଟ କନ୍ଦାବାହଲ ନିକଟ ବିଜୁ Expreswayରେ ମଙ୍ଗଳବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଏକ ମାଛ ବୋଝେଇ ମିନି ଟ୍ରକ ଓଲଟି ପଡ଼ିବାରୁ ଟ୍ରକର ଡ୍ରାଇଭର ଏବଂ ହେଲ୍ପର ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ଏଥିପ୍ରତି ନିଘା ନଥିଲା । ଆହତମାନଙ୍କୁ ଉଦ୍ଧାର କରିବା ବଦଳରେ  ଓଲଟି ପଡିଥିବା ଟ୍ରକର ମାଛ ବୋହିବାରେ ବ୍ୟସ୍ତ ଥିଲେ ଲୋକେ।

ରାଜପଥ କଡରେ ଏହି ଟ୍ରକଟି ଓଲଟି ପଡିଥିବା ବେଳେ ଲୋକମାନେ ମାତ୍ର କେଇ ମିନିଟରେ ମାଛ ସବୁ ବୋହି ନେଇଥିଲେ । ଯିଏ ଯେଉଁଥିରେ ପାଇଲା ବୋହିନେଲେ ମାଛ ।  ଆହତ ଡ୍ରାଇଭରର ଆତୁର ନିବେଦନ କେହି ଶୁଣି ନଥିଲେ । ଏହି ମାଛ ବୁହା ଦୃଶ୍ୟକୁ କିଛି ଲୋକ ମୋବାଇଲରେ ରେକର୍ଡ଼ିଂ କରିବା ଦେଖା ଯାଇଥିଲା ।

Related story