ଅନ୍ୟମାନଙ୍କ ପାଇଁ ପରୀକ୍ଷା ଦେବାକୁ ଆସିଥିଲେ, ଫସିଗଲେ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF)ରେ ନିଯୁକ୍ତି ପାଇଁ ଲିଖିତ ଓ ଶାରୀରିକ ପରୀକ୍ଷା ବେଳେ ରାଉରକେଲାରୁ ୫ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଛି। ସହରର ଗୁରୁ ନାନକ ପବ୍ଲିକ୍ ସ୍କୁଲ୍‌ ପରୀକ୍ଷା କେନ୍ଦ୍ରରୁ ପ୍ଲାଣ୍ଟ୍‌ ସାଇଟ୍ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍‌ ପରୀକ୍ଷା କେନ୍ଦ୍ରରୁ ସେକ୍ଟର ୧୫ ପୁଲିସ୍‌ ଜଣକୁ ଗିରଫ କରିଛି। ଏମାନେ ସମସ୍ତେ ବିହାରର ବୋଲି ଜଣାପଡ଼ିଛି। ଏମାନେ ଜାଲ୍‌ […]

jail1

Rakesh Mallick
  • Published: Monday, 16 July 2018
  • , Updated: 16 July 2018, 08:31 AM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF)ରେ ନିଯୁକ୍ତି ପାଇଁ ଲିଖିତ ଓ ଶାରୀରିକ ପରୀକ୍ଷା ବେଳେ ରାଉରକେଲାରୁ ୫ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଛି। ସହରର ଗୁରୁ ନାନକ ପବ୍ଲିକ୍ ସ୍କୁଲ୍‌ ପରୀକ୍ଷା କେନ୍ଦ୍ରରୁ ପ୍ଲାଣ୍ଟ୍‌ ସାଇଟ୍ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍‌ ପରୀକ୍ଷା କେନ୍ଦ୍ରରୁ ସେକ୍ଟର ୧୫ ପୁଲିସ୍‌ ଜଣକୁ ଗିରଫ କରିଛି। ଏମାନେ ସମସ୍ତେ ବିହାରର ବୋଲି ଜଣାପଡ଼ିଛି। ଏମାନେ ଜାଲ୍‌ ଭୋଟ୍‌ ପରିଚୟପତ୍ର ଓ ଜାଲ୍ ଆଧାର କାର୍ଡ ଜରିଆରେ ଅନ୍ୟମାନଙ୍କ ପାଇଁ ପରୀକ୍ଷା ଦେଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଏହି ପରୀକ୍ଷାରେ ଆଉ କିଏ ନକଲି ଡକ୍ୟୁମେଣ୍ଟ୍  ଦେଇ ପରୀକ୍ଷା ଦେଇଛନ୍ତି କି ନାହିଁ, ସେ ନେଇ ପୁଲିସ୍‌ ତନାଘନା ଜାରି ରଖିଛି।

Related story