୨ ପଞ୍ଚାୟତରେ ୫ଦିନ ପାଇଁ ଶଟ୍‌ଡାଉନ୍‌

ନରସିଂହପୁର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନରସିଂହପୁରର ରୁଷିପଡ଼ା ଓ ବାଲିଝରି ପଞ୍ଚାୟତକୁ ୫ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ଓ ନାଏବ ସରପଞ୍ଚ ଏହି ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ୨ଟି ପଞ୍ଚାୟତରୁ ୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଏଭଳି ପଦକ୍ଷେପ ନିଆଯାଇଛି। ଉଭୟ ପଞ୍ଚାୟତକୁ ଆଜିଠାରୁ ୨୬ତାରିଖ ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ‍ରୁଷିପଡା ଗ୍ରାମର କେନ୍ଦୁବଣିଆରୁ ୨୦ଜଣ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେଣୁ ପୂରା ପଞ୍ଚାୟତକୁ […]

corona

corona

Jitendra Garnayak
  • Published: Saturday, 22 August 2020
  • Updated: 22 August 2020, 02:01 PM IST

Sports

Latest News

ନରସିଂହପୁର(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନରସିଂହପୁରର ରୁଷିପଡ଼ା ଓ ବାଲିଝରି ପଞ୍ଚାୟତକୁ ୫ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ଓ ନାଏବ ସରପଞ୍ଚ ଏହି ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ୨ଟି ପଞ୍ଚାୟତରୁ ୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଏଭଳି ପଦକ୍ଷେପ ନିଆଯାଇଛି। ଉଭୟ ପଞ୍ଚାୟତକୁ ଆଜିଠାରୁ ୨୬ତାରିଖ ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି।

‍ରୁଷିପଡା ଗ୍ରାମର କେନ୍ଦୁବଣିଆରୁ ୨୦ଜଣ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେଣୁ ପୂରା ପଞ୍ଚାୟତକୁ ଆଜି ଅପରାହ୍ଣ ୧ଟାରୁ ୨୬ତାରିଖ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ସରପଞ୍ଚ ଲକ୍ଷ୍ମୀପ୍ରିୟା ବଡଜେନା ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

ସେହିପରି ବାଲିଝରି ଗ୍ରାମ ପଞ୍ଚାୟତରୁ ୩୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ନାଏବ ସରପଞ୍ଚ ରଞ୍ଜୁ ମାଝି ଆଜିଠାରୁ ୨୬ତାରିଖ ରାତି ୧୨ଟା ପର୍ଯ୍ୟନ୍ତ  ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos