ପାଇଖାନା ଟାଙ୍କି ଭିତରକୁ ଯାଇ ବାହାରି ପାରିଲେନି, ଚାଲିଗଲା ୫ ଜୀବନ

ରାୟଗଡ଼ା (ମନୋଜ ପାତ୍ର): ନବ ନିର୍ମିତ ପାଇଖାନାର ସେଣ୍ଟ୍ରିଂ ଖୋଲିବାକୁ ଟାଙ୍କି ଭିତରକୁ ଜଣେ ମହିଳା ଶ୍ରମିକ ଯାଇଥିଲେ। ମାତ୍ର ସେ ବାହାରକୁ ନଆସିବାରୁ ଜଣେ ପରେ ଜଣେ ଡକାଡକି ହୋଇ ଅନ୍ୟମାନେ ଭିତରକୁ ଯାଇଥିଲେ। ହେଲେ ଟାଙ୍କି ଭିତରେ ସେମାନେ ସମସ୍ତେ ଶ୍ୱାସରୁଦ୍ଧ ହୋଇ ଚେତା ହରାଇ ପଡ଼ିଥିଲେ। ଟାଙ୍କି ଭାଙ୍ଗି ସେମାନଙ୍କୁ ଉଦ୍ଧାର କରିବା ପରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଆଉ ଜଣେ ଗୁରୁତର ଅବସ୍ଥାରେ ଚିକତ୍ସାଧୀନ ଅଛନ୍ତି।ଆଜି […]

five-die-of-asphyxia-after-entering-an-under-construction-septic-tank-in-bissamkatak

five-die-of-asphyxia-after-entering-an-under-construction-septic-tank-in-bissamkatak

Jyoshna Pradhan
  • Published: Sunday, 02 September 2018
  • Updated: 02 September 2018, 12:38 PM IST

Sports

Latest News

ରାୟଗଡ଼ା (ମନୋଜ ପାତ୍ର): ନବ ନିର୍ମିତ ପାଇଖାନାର ସେଣ୍ଟ୍ରିଂ ଖୋଲିବାକୁ ଟାଙ୍କି ଭିତରକୁ ଜଣେ ମହିଳା ଶ୍ରମିକ ଯାଇଥିଲେ। ମାତ୍ର ସେ ବାହାରକୁ ନଆସିବାରୁ ଜଣେ ପରେ ଜଣେ ଡକାଡକି ହୋଇ ଅନ୍ୟମାନେ ଭିତରକୁ ଯାଇଥିଲେ। ହେଲେ ଟାଙ୍କି ଭିତରେ ସେମାନେ ସମସ୍ତେ ଶ୍ୱାସରୁଦ୍ଧ ହୋଇ ଚେତା ହରାଇ ପଡ଼ିଥିଲେ।

ଟାଙ୍କି ଭାଙ୍ଗି ସେମାନଙ୍କୁ ଉଦ୍ଧାର କରିବା ପରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଆଉ ଜଣେ ଗୁରୁତର ଅବସ୍ଥାରେ ଚିକତ୍ସାଧୀନ ଅଛନ୍ତି।ଆଜି ଏମିତି ଏକ ହୃଦୟବିଦାରକ ଘଟଣା ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳରେ ଘଟିଛି।

ବିଷମକଟକ ଥାନା ଦୁର୍ଗୀ ଗାଁର ଏମ୍‌.ସତ୍ୟନାରାୟଣଙ୍କ ନୂଆ ଘରର ପାଇଖାନା ଟାଙ୍କି ନିର୍ମାଣ ହୋଇଥିଲା। ଆଜି ଉକ୍ତ ପାଇଖାନାର ସେଣ୍ଟ୍ରିଂ ଖୋଲାଯାଉ ଥିଲା। ଏହି କାମରେ ମିସ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଟାକ୍ରୀ ଓ ଦୁଇ ଜଣ ଶ୍ରମିକ ରଶ୍ମିତା ଓ ବୈରାଗୀ କଲକା ଲାଗିଥିଲେ। କାମ ଚାଲୁଥିବା ବେଳେ ରଶ୍ମିତା ଟାଙ୍କି ଭିତରକୁ ଯାଇ ଥିଲେ। ମାତ୍ର ସେ ବାହାରକୁ ନଆସିବାରୁ ଆଉଜଣେ ଶ୍ରମିକ ବୈରାଗୀ ପାଇଖାନା ଭିତରକୁ ଯାଇଥିଲେ। ହେଲେ ସେ ମଧ୍ୟ ବାହାରକୁ ଆସିନଥିଲେ।

ତେବେ ମନରେ ସନ୍ଦେହ ହେବାରୁ ମିସ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଟାଙ୍କି ନିଜେ ଭିତରକୁ ଯାଇଥିଲେ। କିଛି ସମୟ ପରେ ପାଇଖାନା ଟାଙ୍କି ଭିତରୁ ଚିତ୍କାର ଶୁଣିବାକୁ ମିଳିଥିଲା। ଚିତ୍କାର ଶୁଣି ପାଖ ପଡ଼ିଆରେ ଭଲିବଲ୍‌ ଖେଳୁଥିବା ସୂର୍ଯ୍ୟନାରାୟଣ ପାତ୍ର, ବଂଶୀଧର ପାତ୍ର ଓ କାର୍ତ୍ତିକ ଗୌଡ଼ ଜଣକ ପରେ ଜଣେ ପାଇଖାନା ଟାଙ୍କି ଭିତରକୁ ଯାଇ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ଏହା ସମ୍ଭବ ହୋଇନଥିଲା। ବରଂ ସେମାନେ ନିଜେ ବାହାରକୁ ଆସିପାରିନଥିଲେ।

ଚିତ୍କାର ଶୁଣି ଗାଁ ଲୋକେ ଏକ ଜେସିବି ମେଶିନ୍‌ ସାହାଯ୍ୟରେ ପାଇଖାନା ଟାଙ୍କିକୁ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ବିଷମକଟକ ଖ୍ରୀଷ୍ଟିଆନ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଏବେ ମଧ୍ୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos