ନୟାଗଡ଼(ଓଡ଼ିଶା ରିପୋର୍ଟର): ମହାନଦୀର ଅତଳ ଜଳରାଶି ରେ ପୁଣି ଥରେ ଦୃଶ୍ୟମାନ ହେଲା ୫୦୦ ବର୍ଷ ତଳର ପ୍ରାଚୀନ ଗୋପୀନାଥ ମନ୍ଦିର। ମନ୍ଦିରଟି ଗତ ୧୧ ବର୍ଷ ତଳେ ଦେଖିବାକୁ ମିଳିଥିବା ବେଳେ ଗତ ୪ ଦିନ ହେବ ପୁଣି ଦେଖିବାକୁ ମିଳିଛି। ଏହି ମନ୍ଦିରର ଚୁଡା ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗାଁ ର ମହାନଦୀ କୁଳରେ ଥିବା ଦୃଶ୍ୟମାନ ହୋଇଛି। ଏହି ପ୍ରାଚୀନ ମନ୍ଦିର ଚତୁର୍ଦ୍ଦଶ-ଷୋଡଶ ଶତାବ୍ଦୀର ଅର୍ଥାତ ୧୪୦୧ ରୁ ୧୬୦୦ ଶତାଦ୍ଦୀ ମଧ୍ୟରେ ର୍ନିମିତ ହୋଇଥିବା ଏହାର ର୍ନିମାଣ ଶୈଳୀରୁ ଅନୁମାନ କରାଯାଉଛି।