ଦୁଇ ପରିବାର ଭିତରେ ପିଟାପିଟି, ୫ ଆହତ

ଆଳି (ବନମାଳୀସାହୁ): କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଡାଳିକାଏନ୍ଦା ଗାଁରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଛି। ଫଳରେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ରାଜକନିକା ଓ ପରେ କେନ୍ଦ୍ରାପଡା ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଆଜି ଏକ ଘର ନିର୍ମାଣକୁ ନେଇ ରାଉତ ଓ ଗୁରୁ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିଥିଲା। ଉଭୟ ପରିବାର ମଧ୍ୟରେ […]

kkk

kkk

Manoranjan Sial
  • Published: Saturday, 07 March 2020
  • Updated: 07 March 2020, 10:21 PM IST

Sports

Latest News

ଆଳି (ବନମାଳୀସାହୁ): କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଡାଳିକାଏନ୍ଦା ଗାଁରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଛି। ଫଳରେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ରାଜକନିକା ଓ ପରେ କେନ୍ଦ୍ରାପଡା ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଆଜି ଏକ ଘର ନିର୍ମାଣକୁ ନେଇ ରାଉତ ଓ ଗୁରୁ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିଥିଲା। ଉଭୟ ପରିବାର ମଧ୍ୟରେ ପିଟାପିଟି ହୋଇଥିଲା। ଫଳରେ ୫ ଜଣ ଆହତ ହୋଇ ଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟ ପକ୍ଷରୁ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ଏ ନେଇ ଉଭୟ ପରିବାର ପକ୍ଷରୁ ରାଜକନିକା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପୁଲିସ ଏ ସମ୍ପର୍କରେ କିଛି କହିବାକୁ ମନା କରିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos