କୂଳରେ ଲାଗିଲେ ଭାସି ଯାଇଥିବା ହାତୀ

Ordigital Desk
• Published: Monday, 15 October 2018
• , Updated: 15 October 2018, 12:32 PM IST

କଟକ (ଓଡ଼ିଶା ରିପୋର୍ଟର): ଆଠଗଡ଼ରୁ ଚନ୍ଦକା ଯିବା ବେଳେ ମହାନଦୀର ବନ୍ୟାର ପ୍ରଖର ସୁଅରେ ଭାସି ଯାଇଥିବା ୫ ହାତୀ ସୁରକ୍ଷିତ ଭାବେ କୂଳରେ ଲାଗିଛନ୍ତି।

ଅନନ୍ତପୁର ଠାରେ ଗୋଟିଏ ହାତୀ କୂଳରେ ଲାଗିଥିବା ବେଳେ ନରାଜ ପାଖ କୂଳରେ ୩ଟି ଓ ଅନ୍ୟ ଗୋଟିଏ ସ୍ଥାନରେ ଆଉ ଗୋଟିଏ ହାତୀ କୂଳରେ ଲାଗିଛି।

ନଈର ପ୍ରଖର ସ୍ରୋତରେ ୫ଟି ହାତୀ ଭାସିଯାଇଥିବା ଆଠଗଡ଼ ରେଞ୍ଜର ରବୀନ୍ଦ୍ର ନାଥ ନାୟକ କହିଥିଲେ।

ହାତୀ ପଲରେ ୨୦ଟି ହାତୀ ଥିଲେ।

ହାତୀମାନଙ୍କୁ ଉଦ୍ଧାର କରିବା ପାଇଁ ବନ ବିଭାଗ କର୍ମଚାରୀ ପହଞ୍ଚିଥିଲେ।

ଏମାନେ ପ୍ରାୟ ପ୍ରତିଦିନ ଏହି ବାଟରେ ନଦୀ ପାର ହୋଇ ଯାଇଥାନ୍ତି। ତେବେ ନଦୀରେ ବନ୍ୟାପାଣିର ସୁଅ ପ୍ରଖର ଥିବାରୁ ସେମାନେ ଭାସି ଯାଇଥିଲେ।

Related story