କୋଭିଡ୍‌ ପାଇଁ ବାତିଲ ହେବ ଏହି ସବୁ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ରେଲୱେ ପକ୍ଷରୁ ୫ ଯୋଡ଼ା ଟ୍ରେନନ ବାତିଲ କରାଯାଇଛି । ପୂର୍ବତଟ ରେଳ ଜୋନ୍ ପରିସରଭୁକ୍ତ ବିଭିନ୍ନ ସ୍ଥାନକୁ ଯାଉଥିବା ଏହି ସ୍ୱତନ୍ତ୍ର ଟ୍ରେନକୁ ବାତିଲ କରାଯାଇଛି । ୦୮୪୧୭/୦୮୪୧୮ ପୁରୀ-ଗୁଣପୁର-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ୫ ତାରିଖରୁ ବାତିଲ ରହିବ । ୦୮୩୦୩/୦୮୩୦୪ ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ୫ ତାରିଖରୁ ବାତିଲ ରହିବ । ୦୮୪୨୫/୦୮୪୨୬ ପୁରୀ-ଦୁର୍ଗ-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଚଳିତ ମାସ ୫ ତାରିଖ ଠାରୁ ବାତିଲ […]

memu train

Tapas Behera
  • Published: Tuesday, 04 May 2021
  • , Updated: 04 May 2021, 06:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ରେଲୱେ ପକ୍ଷରୁ ୫ ଯୋଡ଼ା ଟ୍ରେନନ ବାତିଲ କରାଯାଇଛି । ପୂର୍ବତଟ ରେଳ ଜୋନ୍ ପରିସରଭୁକ୍ତ ବିଭିନ୍ନ ସ୍ଥାନକୁ ଯାଉଥିବା ଏହି ସ୍ୱତନ୍ତ୍ର ଟ୍ରେନକୁ ବାତିଲ କରାଯାଇଛି । ୦୮୪୧୭/୦୮୪୧୮ ପୁରୀ-ଗୁଣପୁର-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ୫ ତାରିଖରୁ ବାତିଲ ରହିବ । ୦୮୩୦୩/୦୮୩୦୪ ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ୫ ତାରିଖରୁ ବାତିଲ ରହିବ ।

୦୮୪୨୫/୦୮୪୨୬ ପୁରୀ-ଦୁର୍ଗ-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଚଳିତ ମାସ ୫ ତାରିଖ ଠାରୁ ବାତିଲ ରହିବ । ସେହିପରି ଇନ୍ଦୋର-ପୁରୀ-ଇନ୍ଦୋର ସ୍ୱତନ୍ତ୍ର ଚଳିତ ମାସ ୬ ତାରିଖ ଠାରୁ ବାତିଲ ନେଇ ନିଷ୍ପତ୍ତି ହୋଇଛି । ଏନେଇ ପୂର୍ବତଟ ରେଳ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସିକନ୍ଦରାବାଦ ଓ ଗୌହାଟୀ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି । ୦୭୦୩୦/୦୭୦୨୯ ସିକନ୍ଦରାବାଦ-ଗୌହାଟୀ-ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ ସିକନ୍ଦରାବାଦରୁ ମେ ୯ ତାରିଖରୁ ୩୦ ତାରିଖ ମଧ୍ୟରେ ପ୍ରତ୍ୟେକ ରବିବାର ପୂର୍ବାହ୍ନ ୯.୩୦ରେ ଛାଡିବ । ଫେରିବା ମାର୍ଗରେ ଏହା ଗୌହାଟୀରୁ ୧୨ ମେ ରୁ ୨ ଜୁନ୍ ପର‌୍ୟ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ସକାଳ ୬.୪୫ରେ ଛାଡିବ ।

ଏହି ଟ୍ରେନ ସିକନ୍ଦରାବାଦ ଓ ଗୌହାଟୀ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କ ସହିତ ପୂର୍ବତଟ ପରିସୀମା ମଧ୍ୟରେ ଉଭୟ ପାର୍ଶ୍ୱରୁ ବିଶାଖାପାଟନମ୍, ବିଜୟନଗରମ୍, ଶ୍ରୀକାକୁଲମ୍ ରୋଡ୍, ପଲାସା, ବ୍ରହ୍ମପୁର, ଖୋର୍ଦ୍ଧାରୋଡ୍, ଭୁବନେଶ୍ୱର, କଟକ, ଏବଂ ଭଦ୍ରକ ଷ୍ଟେସନ ଠାରେ ରହଣି କରିବ । ଏହା ବ୍ୟତୀତ, ରେଳବାଇ ପକ୍ଷରୁ ମହୀଶୂର ଓ ଭାସ୍କୋ-ଡା-ଗାମା ଠାରୁ ଦାନାପୁରକୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଲାଯିବ । ୦୭୩୧୩ ଭାସ୍କୋ-ଡା-ଗାମା-ଦାନପୁର ସ୍ପେଶାଲ୍ ୬ ମେରେ ଭାସ୍କୋ-ଦା-ଗାମାରୁ ପୂର୍ବାହ୍ନ ୧୧ଟା ରେ ଛାଡିବାକୁ ଥିବାବେଳେ ୦୬୨୧୬ ମହୀଶୂର-ଦାନପୁର ସ୍ପେସିଆଲ ମହୀଶୂର ଠାରୁ ୬ ମେ ଦିନ ପୂର୍ବାହ୍ନ ୧୧ ଟାରେ ଦନାପୁରକୁ ଯାତ୍ରା କରିବ ।

Related story