ଶାସନ ନାବାଳିକା ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ସମ୍ବଲପୁର ଶାସନ ଗଣଦୁଷ୍କର୍ମ ମାମଲାର ଆଜି ଐତିହାସିକ ରାୟ ପ୍ରକାଶ ପାଇଛି। କୋର୍ଟ ୫ ଅଭିଯୁକ୍ତଙ୍କୁ ଆଜୀବନ କାରଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଆଇପିସି ଧାରା ୩୭୬(ବିଏ) ଏବଂ ୪ ଓ ୫ ପକ୍‌ସୋ ଆଇନ ବଳରେ ଅଭିଯୁକ୍ତମାନଙ୍କୁ ଦଣ୍ଡ ବିଧାନ କରାଯାଇଛି। ଘଟଣା ଘଟିବାର ଠିକ ମାସକରେ ରାୟ ଶୁଣାଇଛନ୍ତି ସମ୍ବଲପୁର ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍। ଗତ ମେ ୨ ତାରିଖରେ […]

five rapest got jain in sambalpur

five rapest got jain in sambalpur

Rakesh Mallick
  • Published: Sunday, 03 June 2018
  • Updated: 03 June 2018, 07:38 AM IST

Sports

Latest News

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ସମ୍ବଲପୁର ଶାସନ ଗଣଦୁଷ୍କର୍ମ ମାମଲାର ଆଜି ଐତିହାସିକ ରାୟ ପ୍ରକାଶ ପାଇଛି। କୋର୍ଟ ୫ ଅଭିଯୁକ୍ତଙ୍କୁ ଆଜୀବନ କାରଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଆଇପିସି ଧାରା ୩୭୬(ବିଏ) ଏବଂ ୪ ଓ ୫ ପକ୍‌ସୋ ଆଇନ ବଳରେ ଅଭିଯୁକ୍ତମାନଙ୍କୁ ଦଣ୍ଡ ବିଧାନ କରାଯାଇଛି। ଘଟଣା ଘଟିବାର ଠିକ ମାସକରେ ରାୟ ଶୁଣାଇଛନ୍ତି ସମ୍ବଲପୁର ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍।

ଗତ ମେ ୨ ତାରିଖରେ ଶାସନ ଥାନା ଅଞ୍ଚଳରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରି ଜଣେ ନାବାଳକ ସହ ୬ ଜଣଙ୍କୁ ଗିରଫ କରିଥିଲା। ଫାଷ୍ଟଟ୍ରାକ୍ କୋର୍ଟରେ ମାମଲାର ବିଚାର ଚାଲିଥିଲେ। ଜିଲ୍ଲା ପୋଲିସ୍ ଘଟଣାର ତଦନ୍ତ ଜଣେ ଡିଏସ୍‌ଡିପିଙ୍କ ମାଧ୍ୟମରେ କରାଇ ୧୫ ଦିନ ଭିତରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲେ। ତେବେ ଫାଷ୍ଟଟ୍ରାକ୍ କୋର୍ଟରେ ମାମଲା ଚାଲିଥିଲା ବେଳେ ଗତ ୨୩ ତାରିଖରେ ପୀଡ଼ିତା ଜଣଙ୍କ ଆତ୍ମହତ୍ୟା କରିଥିଲେ।

ଏହି ମାମଲା ପାଇଁ ଶନିବାର ସାଢ଼େ ୧୪ ଘଣ୍ଟା ପର୍ଯ୍ୟନ୍ତ କୋର୍ଟ ଚାଲିଥିଲା। ସକାଳ ସାଢ଼େ ୭ଟାରେ କୋର୍ଟ କାର୍ଯ୍ୟ ଆରମ୍ଭ ହୋଇଥିବା ରାୟ ଶୁଣାଇବା ବେଳକୁ ପ୍ରାୟ ରାତି ୧୦ଟା ହୋଇଯାଇଥିଲା। ସମ୍ବଲପୁର ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜଜ୍ ଉଦୟ ଭାନୁ ଜେନା ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ଜଣଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ କାରାଦଣ୍ଡ ଆଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos