ଲଜ୍ଜା: ୫ ବର୍ଷର ଝିଅକୁ ୧୩ ବର୍ଷର ପୁଅ

ବଣାଇ (ରଂଜୀତ ଚୌଧୁରୀ): ୫ ବର୍ଷର ଝିଅଟିଏ। ଦୁନିଆକୁ ଠିକ୍‌ ଭାବେ ଦେଖିନାହିଁ କି ଜାଣିନାହିଁ। ଖେଳିବା ବୟସରେ ହେଲା ବଳାତ୍କାରରେ ଶିକାର। ପୁଣି ଜଣେ ନାବାଳକ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଏକ ଅହୃଦୟ ବିଦାରକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବଣାଥ ଥାନା ଅଞ୍ଚଳରେ ଘଟିଛି। ଝିଅଟି ଆଜି ବାପା ଓ ମାଆଙ୍କ ସହିତ ତହସିଲ ଅଫିସ୍‌ ଯାଇଥିଲା। ତହସିଲ ଅଫିସ୍‌ ବାହାରେ ନିଜ ଘର ପାର୍ଶ୍ୱର ଜଣେ ୧୩ ବର୍ଷର […]

child rape

Rakesh Mallick
  • Published: Tuesday, 19 June 2018
  • , Updated: 19 June 2018, 07:49 PM IST

ବଣାଇ (ରଂଜୀତ ଚୌଧୁରୀ): ୫ ବର୍ଷର ଝିଅଟିଏ। ଦୁନିଆକୁ ଠିକ୍‌ ଭାବେ ଦେଖିନାହିଁ କି ଜାଣିନାହିଁ। ଖେଳିବା ବୟସରେ ହେଲା ବଳାତ୍କାରରେ ଶିକାର। ପୁଣି ଜଣେ ନାବାଳକ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଏକ ଅହୃଦୟ ବିଦାରକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବଣାଥ ଥାନା ଅଞ୍ଚଳରେ ଘଟିଛି।

ଝିଅଟି ଆଜି ବାପା ଓ ମାଆଙ୍କ ସହିତ ତହସିଲ ଅଫିସ୍‌ ଯାଇଥିଲା। ତହସିଲ ଅଫିସ୍‌ ବାହାରେ ନିଜ ଘର ପାର୍ଶ୍ୱର ଜଣେ ୧୩ ବର୍ଷର ପୁଅ ଦେଖା ହୋଇଥିଲା। ଘରକୁ ଫେରିବାରେ ବିଳମ୍ୱ ହେବ ବୋଲି ଭାବି ମାଆ-ବାପା ଝିଅକୁ ସେହି ନାବାଳକଙ୍କ ସହିତ ପଠାଇ ଦେଇଥିଲେ। ପରେ ନାବାଳକଙ୍କ ସାଇକେଲ୍‌ରେ ଝିଅଟି ଘରକୁ ଫେରୁଥିଲା। କିନ୍ତୁ ଚତୁର ନାବାଳକ, କୁନି ଝିଅକୁ ତାଙ୍କ ଘରକୁ ନେବା ପରିବର୍ତ୍ତେ ନିଜ ଘରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସନ୍ଧ୍ୟାବେଳେ ଝିଅର ବାପା ଏନେଇ ବଣାଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ନାବାଳକକୁ ଅଟକ ରଖିଛି।

Related story