ଛି! ୫ ବର୍ଷର ନାବାଳିକାକୁ ୨ ନାବାଳକ

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ପୁଣି ରାଜ୍ୟ ପାଇଁ ଲଜ୍ଜା। ଜଣେ ୫ ବର୍ଷର ଝିଅ ଦୁଷ୍କର୍ମରେ ଶିକର ହୋଇଛି। ଝିଅଟି ସ୍କୁଲରୁ ଫେରୁଥିବା ବେଳେ ଦୁଇ ଜଣ ନାବାଳକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଲଜ୍ଜାଜନକ ଘଟଣା ଜଗତସିଂହପୁର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଦୁଇ ନାବାଳକଙ୍କୁ ଉଠାଇ ଆଣି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ସକାଳେ କୁନି ଝିଅଟି ସ୍କୁଲ ଯାଇଥିଲେ। ଝିଅଟି […]

5 years girl rape

Rakesh Mallick
  • Published: Thursday, 26 April 2018
  • , Updated: 26 April 2018, 07:47 PM IST

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ପୁଣି ରାଜ୍ୟ ପାଇଁ ଲଜ୍ଜା। ଜଣେ ୫ ବର୍ଷର ଝିଅ ଦୁଷ୍କର୍ମରେ ଶିକର ହୋଇଛି। ଝିଅଟି ସ୍କୁଲରୁ ଫେରୁଥିବା ବେଳେ ଦୁଇ ଜଣ ନାବାଳକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଲଜ୍ଜାଜନକ ଘଟଣା ଜଗତସିଂହପୁର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଦୁଇ ନାବାଳକଙ୍କୁ ଉଠାଇ ଆଣି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତକାଲି ସକାଳେ କୁନି ଝିଅଟି ସ୍କୁଲ ଯାଇଥିଲେ। ଝିଅଟି ସ୍କୁଲରୁ ଘରକୁ ଫେରୁଥିବା ବେଳେ ରାସ୍ତାରେ ଦୁଇ ନାବାଳକଙ୍କ ସହ ଦେଖା ହୋଇଥିଲେ। ବିଭିନ୍ନ ବାହାନା ଦେଖାଇ ସେମାନେ, କୁନି ଝିଅକୁ ଡାକି ନେଇ ଦୁଷ୍କର୍ମ କରିଥିଲେ। ନାବାଳିକା ଜଣକ ଘରକୁ ଫେରି ପରିବାର ଲୋକଙ୍କୁ କହିଥିଲା।

ଗତକାଲି ରାତିରେ କୁନି ଝିଅଙ୍କ ମାଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଦୁଇ ନାବାଳକଙ୍କୁ ସେମାନଙ୍କ ଘରୁ ଉଠାଇ ଆଣିଛି। ଆଜି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କର ଡାକ୍ତରମାଇନା କରାଯାଇଛି। ଏପରିକି ନାବାଳିକାଙ୍କ ବୟାନ ରେକର୍ଡ଼ କରାଯାଇଛି। ମାତ୍ର ପିଲାମାନଙ୍କ କୁକର୍ମ ସମ୍ପର୍କରେ ସେମାନଙ୍କ ପରିବାର ଲୋକେ କିଛି ଜାଣିନାହାଁନ୍ତି।

Related story