ଆଜି ମଧ୍ୟରାତ୍ରିରୁ ୨୪ଘଣ୍ଟା ପାଇଁ ବିମାନ ଚଳାଚଳ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ ‘ଫୋନି’ ଆଶଙ୍କାରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଜି ମଧ୍ୟରାତ୍ରିରୁ ସମସ୍ତ ପ୍ରକାରର ବିମାନ ଚଳାଚଳ ବନ୍ଦ ରହିବ। ଏ ସମ୍ପର୍କର ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ବିମାନ ଚଳାଚଳ ଆଜି ମଧ୍ୟରାତ୍ରିରୁ ୨୪ଘଣ୍ଟା ପାଇଁ ବନ୍ଦ ରହିବ ବୋଲି ସୂଚନା ଦେଇଥିବାବେଳେ ‘ଫୋନି’ ଯୋଗୁ ରେଳବାଇ ବିଭାଗ ପକ୍ଷରୁ ଗତକାଲିଠୁ ୧୦୩ଟି ଟ୍ରେନ ଚଳାଚଳ ବାତିଲ କରାଯାଇଛି। ଆଜି ମଧ୍ୟ ଏକ ସ୍ୱତନ୍ତ୍ର ଟ୍ରେନ […]

uu

Hemant Lenka
  • Published: Thursday, 02 May 2019
  • , Updated: 02 May 2019, 05:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ ‘ଫୋନି’ ଆଶଙ୍କାରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଜି ମଧ୍ୟରାତ୍ରିରୁ ସମସ୍ତ ପ୍ରକାରର ବିମାନ ଚଳାଚଳ ବନ୍ଦ ରହିବ। ଏ ସମ୍ପର୍କର ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଏହି ବିମାନ ଚଳାଚଳ ଆଜି ମଧ୍ୟରାତ୍ରିରୁ ୨୪ଘଣ୍ଟା ପାଇଁ ବନ୍ଦ ରହିବ ବୋଲି ସୂଚନା ଦେଇଥିବାବେଳେ ‘ଫୋନି’ ଯୋଗୁ ରେଳବାଇ ବିଭାଗ ପକ୍ଷରୁ ଗତକାଲିଠୁ ୧୦୩ଟି ଟ୍ରେନ ଚଳାଚଳ ବାତିଲ କରାଯାଇଛି। ଆଜି ମଧ୍ୟ ଏକ ସ୍ୱତନ୍ତ୍ର ଟ୍ରେନ ମାଧ୍ୟମରେ ପୁରୀରୁ କୋଲକାତାକୁ ପର୍ଯ୍ୟଟକଙ୍କୁ ନିଆଯାଇଥିଲା।

Related story