ନୂଆବର୍ଷ ପୂର୍ବରୁ ରାଉରକେଲା ବିମାନ ବନ୍ଦରରୁ ଚଳାଚଳ କରିବ ବିମାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା କିଛି ଦିିନ ମଧ୍ୟରେ ରାଉରକେଲା ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବ ଓ ପୁରୁଷ ବିଶ୍ୱକପ୍ ହକି ମ୍ୟାଚ ପୂର୍ବରୁ ଏଠାରୁ ବିମାନ ଚଳପ୍ରଚଳ କରିବ ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଆଜି ରାଉରକେଲାରେ ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମ ସମେତ ରାଉରକେଲା ବିମାନ ବନ୍ଦର ଓ ଅନ୍ୟାନ୍ୟ ଭିତ୍ତିଭମି ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବା ପରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଉରକେଲା […]

Review

Ordigital Desk
  • Published: Monday, 19 December 2022
  • , Updated: 19 December 2022, 09:05 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା କିଛି ଦିିନ ମଧ୍ୟରେ ରାଉରକେଲା ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବ ଓ ପୁରୁଷ ବିଶ୍ୱକପ୍ ହକି ମ୍ୟାଚ ପୂର୍ବରୁ ଏଠାରୁ ବିମାନ ଚଳପ୍ରଚଳ କରିବ ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ।

ଆଜି ରାଉରକେଲାରେ ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମ ସମେତ ରାଉରକେଲା ବିମାନ ବନ୍ଦର ଓ ଅନ୍ୟାନ୍ୟ ଭିତ୍ତିଭମି ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବା ପରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଉରକେଲା ବିମାନ ବନ୍ଦରର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏୟାରଷ୍ଟ୍ରିପ ନିର୍ମାଣ ଓ ଟର୍ମିନାଲ କୋଠା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଡିଜିସିଏ ମଧ୍ୟ ଅନୁଧ୍ୟାନ କରିସାରିଛନ୍ତି । ଖୁବଶୀଘ୍ର ଆବଶ୍ୟକୀୟ ଲାଇସେନ୍ସ ମିଳିବ ବୋଲି ସେ ଆଶା କରୁଛନ୍ତି ।

ଉଡ଼ାଣ ଯୋଜନାରେ ଖେଳାଳିମାନଙ୍କ ପାଇଁ ୪ଟି ବିମାନ ଉଡ଼ାଣ ସୁବିଧା ମିଳିବ । ପ୍ରାଥମିକ ପର୍ଯ୍ୟାୟରେ ‘ଏଲାଏନ୍ସ ଏୟାର’ ଏୟାରଲାଇନ ଉଡ଼ାଣ ଯୋଜନାରେ ବିମାନ ସେବା ଯୋଗାଇ ଦେବ । ଏହାବ୍ୟତୀତ ଖେଳାଳିଙ୍କୁ ଭୁବନେଶ୍ୱରରୁ ରାଉରକେଲା ନେବା-ଆଣିବା ପାଇଁ ମଧ୍ୟ ଚାର୍ଟର ବିମାନକୁ ବୁକିଂ କରାଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଗୋଟିଏ ବର୍ଷ ମଧ୍ୟରେ ଏଭଳି ଏକ ବିଶ୍ୱସ୍ତରୀୟ ଷ୍ଟାଡ଼ିୟମ ନିର୍ମାଣ କରଯାଇଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ସମସ୍ତ ସହଯୋଗ ପ୍ରଦାନ କରିଥିବାରୁ ସୁନ୍ଦରଗଡ଼ ଓ ରାଉରକେଲାବାସୀଙ୍କୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଓ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଧନ୍ୟବାଦ ଜଣାଇଛନ୍ତି ।

ରାଉରାକେଲାରେ ପ୍ରଥମ ଥର ପାଇଁ ହକି ବିଶ୍ୱକପ୍ ମ୍ୟାଚ ହେବାକୁ ଯାଉଛି । ତେଣୁ ହକି ମ୍ୟାଚ ଦେଖିବା ଲାଗି ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଦର୍ଶକ ରାଉରକେଲା ଆସିବେ । ସେମାନଙ୍କ ଗାଡ଼ିଗୁଡ଼ିକୁ ସୁବିଧାରେ ରଖିବା ପାଇଁ ଷ୍ଟାଡ଼ିୟମ ଚାରିପଟେ ଆଧୁନିକ ପାର୍କିଂ ସ୍ଥଲ କରାଯାଇଛି । ଷ୍ଟାଡ଼ିୟମ ଭିତରେ ପାନୀୟ ଜଳ ଓ ଶୌଚାଳୟ ଆଦି ସୁବିଧା ସହ ଏଲଇଡି ଲଗାଇବାର ବ୍ୟବସ୍ଥା ହୋଇଛି ।

ଆଜିର ଏହି ପରିଦର୍ଶନ ଓ ସମୀକ୍ଷାବେଳେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡ଼ା ସଚିବ ଆର.ଭିନିଲକ୍ରିଷ୍ଣା, ଇଡକୋ ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭିଲ ଓ ରାଉରକେଲା ମହାନଗର ନିଗମ କମିଶନର ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related story