ବନ୍ୟାରେ ୧୩୬୬ ଗାଁର ୨ଲକ୍ଷ ଲୋକ ପ୍ରଭାବିତ; ୨ଟି ଘାଇ, ୩ଜିଲ୍ଲାକୁ ବେଶୀ ବିପଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ଓ ତା’ର ଶାଖା ନଦୀରେ ବନ୍ୟା ଜଳ ଫୁଲୁଥିବା ଯୋଗୁ ଏବେ ରାଜ୍ୟର ୧୦ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀଗୁଡ଼ିକ ଅଧିକାଂଶ ସ୍ଥାନରେ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଥିବାବେଳେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ୨ଟି ଘାଇ ସୃଷ୍ଟି ହୋଇଛି। ଏବେ ମୁଣ୍ଡୁଳୀ ଦେଇ ସର୍ବାଧିକ ୧୨ଲକ୍ଷ ୧ହଜାର ୪୨୬ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବାବେଳେ ଆସନ୍ତା ୯ରୁ ୧୨ଘଂଟା ଏହି ସ୍ଥିତି ଜାରି ରହିବ ଓ ତା’ପରେ […]

jajpur

jajpur

Niranjan Mishra
  • Published: Tuesday, 16 August 2022
  • Updated: 16 August 2022, 10:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ଓ ତା’ର ଶାଖା ନଦୀରେ ବନ୍ୟା ଜଳ ଫୁଲୁଥିବା ଯୋଗୁ ଏବେ ରାଜ୍ୟର ୧୦ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀଗୁଡ଼ିକ ଅଧିକାଂଶ ସ୍ଥାନରେ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଥିବାବେଳେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ୨ଟି ଘାଇ ସୃଷ୍ଟି ହୋଇଛି। ଏବେ ମୁଣ୍ଡୁଳୀ ଦେଇ ସର୍ବାଧିକ ୧୨ଲକ୍ଷ ୧ହଜାର ୪୨୬ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବାବେଳେ ଆସନ୍ତା ୯ରୁ ୧୨ଘଂଟା ଏହି ସ୍ଥିତି ଜାରି ରହିବ ଓ ତା’ପରେ ଜଳପ୍ରବାହ ହ୍ରାସ ପାଇବ। ଏହି ଜଳପ୍ରବାହ ଯୋଗୁ ତଳମୁଣ୍ଡରେ ଥିବା କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲା ପ୍ରତି ସର୍ବାଧିକ ବିପଦ ସୃଷ୍ଟି ହୋଇଛି। ତେବେ ଗୁରୁବାର ସନ୍ଧ୍ୟା ସୁଦ୍ଧା ବନ୍ୟା ଜଳ ହ୍ରାସ ପାଇବା ସହ ପରିସ୍ଥିତିରେ ସୁଧାର ଆସିବ ବୋଲି ସରକାର ଆଶା ବ୍ୟକ୍ତ କରିଛନ୍ତି। ଏବେସୁଦ୍ଧା ରାଜ୍ୟର ମୋଟ ୧୦ଟି ଜିଲ୍ଲାର ୪୯ଟି ବ୍ଲକର ୧୩୬୬ଟି ଗାଁ ଓ ୯ଟି ସହରାଂଚଳର ୪୫ଟି ୱାର୍ଡର ମୋଟ ୨ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୧.୨୦ଲକ୍ଷ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମୁଣ୍ଡୁଳୀରେ ଏବେ ଜଳପ୍ରବାହ ଶୀର୍ଷରେ ରହିଛି। ଏହି ଜଳପ୍ରବାହ ଆଜି ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଛି ଓ ରାତି ପ୍ରାୟ ୩ଟା ପର୍ଯ୍ୟନ୍ତ ରହିବ ଓ ତା’ପରେ ଜଳପ୍ରବାହ ହ୍ରାସ ପାଇବ। ଏହି ଜଳପ୍ରବାହ ଯୋଗୁ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ବିପଦ ଦେଖାଦେଇଛି। ସମୁଦ୍ରକୁ ବନ୍ୟା ଜଳ ଆସନ୍ତା ଗୁରୁବାର ସନ୍ଧ୍ୟା ସୁଦ୍ଧା ଯିବ ଓ ସେ ପର୍ଯ୍ୟନ୍ତ ବିପଦ ଆଶଙ୍କା ଥିବାରୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ସମସ୍ତଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ଏବେ ସୁଦ୍ଧା ପୁରୀ ଜିଲ୍ଲାର ମକରା ନଦୀରେ ଗୋଟିଏ ଓ ଖୋର୍ଦ୍ଧା ଜିଲ୍ଲାର ରାଜୁଆ(ଡାହାଣ)ରେ ଦୁଇଟି ଘାଇ ସୃଷ୍ଟି ହୋଇଛି। ସେଠାରେ ସ୍ଥାନୀୟ ଜନପ୍ରତିନିଧି, ଜଳସମ୍ପଦ ବିଭାଗର ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ରହି ଘାଇକୁ ବନ୍ଦ କରିବାକୁ ପ୍ରୟାସ ଜାରି ରଖିଛନ୍ତି।
ଅନେକ ସ୍ଥାନରେ ନଦୀ ବନ୍ଧରେ ଘଳିଆ ସୃଷ୍ଟି ହୋଇଛି ଓ ସେଗୁଡ଼ିକୁ ବାଲିବସ୍ତା ଦେଇ ବନ୍ଦ ପାଇଁ ପ୍ରୟାସ ଜାରି ରହିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଇଞ୍ଜିନିୟରମାନେ ଏହା ଜାରି ରଖିଛନ୍ତି।  ବନ୍ୟାରେ ମହାନଦୀ ଅବବାହିକାର ୧୦ଟି ଜିଲ୍ଲା ଯଥା- ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର ୪୯ଟି ବ୍ଲକର ୩୬୯ଟି ପଂଚାୟତର ୧୩୬୬ଟି ଗାଁ ଓ ୯ଟି ସହରାଂଚଳର ୪୫ଟି ୱାର୍ଡର ପ୍ରାୟ ୨ଲକ୍ଷ ଲୋକ ବନ୍ୟା ଜଳ ଯୋଗୁ ପ୍ରଭାବିତ ହୋଇଛନ୍ତି। ତେବେ ଏଥିରୁ ୨୩୭ଟି ଗାଁ ଓ ୧.୨୦ଲକ୍ଷ ଲୋକ ସମ୍ପୂର୍ଣ୍ଣ ଜଳବନ୍ଦୀ ଅଛନ୍ତି। ସେମାନଙ୍କ ପାଇଁ ୯୦ଟି ମାଗଣା କିଚେନ୍ ସୁବିଧା କରାଯାଇଛି ଓ ପ୍ରାୟ ୨୭ହଜାର ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦିଆଯାଉଛି।
ଏବେସୁଦ୍ଧା ୭୦୭ଟି ମାଟି ଘର ନଷ୍ଟ ହୋଇଛି। କେବଳ ଯାଜପୁର ଜିଲ୍ଲାକୁ ଛାଡ଼ିଲେ ଅନ୍ୟ ୯ଟି ଜିଲ୍ଲାର ୨୬ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ତେବେ ଏସବୁ ପରିସଂଖ୍ୟାନ ଅଧିକ ହେବାର ଆଶଙ୍କା ରହିଛି। ଯାହା ପ୍ରାଥମିକ ତଥ୍ୟ ମିଳିଛି ତାକୁ ଆଧାର କରି ଶ୍ରୀ ଜେନା ଏହା ଜଣାଇଥିବା କହିଛନ୍ତି।
ସେହିପରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଏହି ୧୦ଟି ଜିଲ୍ଲା ବାଦ୍ ୪୩ଟି ବ୍ଲକର ୧୭୫ଟି ପଂଚାୟତର ୩୫୩ଟି ଗାଁର ପ୍ରାୟ ୨୫ହଜାର ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ସେ କହିଛନ୍ତି। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସେ ସମସ୍ତଙ୍କ  ସହଯୋଗ ଲୋଡ଼ିଛନ୍ତି। ଜନପ୍ରତିନିଧିଙ୍କଠୁ ଆରମ୍ଭ କରି ଜନସାଧାରଣ ପର୍ଯ୍ୟନ୍ତ ସମସ୍ତେ ସତର୍କ ରହିବାକୁ ଏସଆରସି ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି।
ସେହିପରି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ଯେ, ରାତି ୯ଟା ସୁଦ୍ଧା ହୀରାକୁଦର ୪୦ଟି ଗେଟ୍ ଦେଇ ୬ଲକ୍ଷ ୭୪ହଜାର ୭୨୨ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବାବେଳେ ଡ୍ୟାମ ଭିତରକୁ ୬ଲକ୍ଷ ୩୬ହଜାର ୬୦୨ କ୍ୟୁସେକ ଜଳ ପ୍ରବେଶ କରୁଛି । ନଦୀଗୁଡ଼ିକରେ ଅଧିକାଂଶ ସ୍ଥାନରେ ବନ୍ୟା ଜଳ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ମୁଣ୍ଡୁଳୀଠାରେ ରାତି ୯ଟା ସୁଦ୍ଧା ୧୨ଲକ୍ଷ ୧ହଜାର ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏହି ଜଳପ୍ରବାହର ସ୍ଥିତି ପ୍ରାୟ ୯ରୁ ୧୨ଘଂଟା ପର୍ଯ୍ୟନ୍ତ ରହିବ । ତେବେ ଖଇରାମାଳଠାରେ ସନ୍ଧ୍ୟା ୬ଟାରେ ଘଂଟା ପ୍ରତି ୮.୮୦ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ୯ଟାରେ ତାହା ହ୍ରାସ ପାଇ ୮.୫୦ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଆସନ୍ତା ଗୁରୁବାର ମଧ୍ୟାହ୍ନ ପର୍ଯ୍ୟନ୍ତ ବିପଦ ରହିଛି । ଜଳସମ୍ପଦ ବିଭାଗର ଯନ୍ତ୍ରୀମାନେ ସମ୍ବେଦନଶୀଳ ସ୍ଥାନରେ ଉପସ୍ଥିତ ରହି ବନ୍ୟା ପରିସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story