ଯାଜପୁର: ଯାଜପୁର ଜିଲ୍ଲାର ବରୀ ଓ ରସୁଲପୁର ଅଞ୍ଚଳରେ ପାଖାପାଖି ୧୫ଟି ଘାଇ ସୃଷ୍ଟି ହୋଇଛି। ଧର୍ମଶାଳା-କଦମପାଳକୁ ସଂଯୋଗ କରୁଥିବା ନଦୀବନ୍ଧର ରମାପୁରଠାରେ ଓ ଦେଓଦା ପଞ୍ଚାୟତର ବାସୁଦେବପୁରରେ ଘାଇ ହୋଇଛି। ଧର୍ମଶାଳା ବ୍ଲକରେ ମଧ୍ୟ ଦୁଇଟି ସ୍ଥାନରେ ଘାଇ ହୋଇଛି। ଏଥିଯୋଗୁଁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି।
ଧର୍ମଶାଳା ବ୍ଲକର ଅରେଇକଣା, ପଟୁନିଆ, କଦମପାଳ, ଉତ୍ତରପ୍ରତାପ, ମଙ୍ଗଳପୁର, ଦେଓଦା ପଞ୍ଚାୟତ ବିଶେଷ ପ୍ରଭାବିତ ହୋଇଛି। ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ହ୍ରାସ ପାଇଥିଲେ ମଧ୍ୟ ଜେନାପୁର ଠାରେ ଏବେ ବି ବିପଦ ସଂକେତର ୩ଫୁଟ ଉପରେ ବନ୍ୟାଜଳ ପ୍ରଭାବିତ ହେଉଛି।
ଯାଜପୁର ଜିଲ୍ଲାରେ ୨୬ଟି ଘାଇ ହୋଇ ୧୨୪ ଗ୍ରାମ ପଞ୍ଚାୟତର ପ୍ରାୟ ୪ ଲକ୍ଷ ୫୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାର ୧୨ଟି ଦମକଳ ବାହିନୀ ସହ ୪ଟି ଓଡ୍ରାଫ ଓ ୨ଟି ଏନ୍ଡିଆର୍ଏଫ୍ ଉଦ୍ଧାର କାର୍ଯ୍ୟ କରିବା ସହ ପାଣି ଘେରରେ ରହୁଥିବା ଲୋକଙ୍କ ପାଖରେ ପହଞ୍ଚିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।
Accident
ବ୍ରିଜ ତଳକୁ ଖସିଲା ସ୍କୁଟି, ଆଖି ବୁଜିଲେ ଚାଳକ
ଭବାନୀ ଷଡ଼ଙ୍ଗୀ କୌଣସି କାମ ପାଇଁ ତୁରେକେଲା ପଟେ ଆସୁଥିଲେ। ମାତ୍ର ପଣ୍ଡେନ ବ୍ରିଜ ନିକଟରେ ତାଙ୍କ ସ୍କୁଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା।
Crime
ନିର୍ମାଣାଧୀନ ଘରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ, ଅଭିଯୁକ୍ତ ଚମ୍ପଟ
ପୁଲିସ୍କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି।
Crime
‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’
ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।
Miscellaneous
ଜବରଦଖଲ ଉଚ୍ଛେଦକୁ ବିରୋଧ, ପ୍ରଶାସନ ଲାଗୁ କଲା କର୍ଫ୍ୟୁ
ବାଲେଶ୍ୱରର ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ କଠୋର ପଦକ୍ଷେପ ନେଇଛି । ସେହି ସ୍ଥାନରେ ତୃତୀୟ ଲାଇନ କାମରେ ବାଧକ ସାଜିଛନ୍ତି ଜବରଦଖଲକାରୀ ।