ନବରଙ୍ଗପୁରରେ ପ୍ରବଳ ବର୍ଷା: ବୁଡ଼ି ଗଲା ୩ଟି ପୋଲ
- Published: Monday, 28 August 2017
- , Updated: 28 August 2017, 12:07 PM IST

ନବରଙ୍ଗପୁର: ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଲଗାଣ ବର୍ଷାରେ ୩ଟି ପୋଲ ବୁଡ଼ି ଯାଇଛି। ନବରଙ୍ଗପୁର-ପାପଡ଼ାହାଣ୍ଡି ମଝି ତାରାଗାଁ ପୋଲରେ ୫ ଫୁଟ୍ ଉଚ୍ଚରେ ପାଣି ଚାଲୁଛି। ସେହିପରି ପାପଡ଼ାହାଣ୍ଡି-ମହିଦଲପୁର ମଝି ଧନସୁଲି ନଦୀ ପୋଲ ବୁଡ଼ିଯାଇଛି। ପାପଡ଼ାହାଣ୍ଡି-କୋଡ଼ିଙ୍ଗା ମଝି ମୋକିଆ ନଦୀ ପୋଲ ମଧ୍ୟ ବୁଡ଼ିଯାଇଛି।

ପାଣି ବୁଡ଼ିଥବା ସ୍ଥାନରେ ପ୍ରଶାସନ ପକ୍ଷରୁ ଯାତାୟାତ ବନ୍ଦ କରାଯାଇଛି। ଫଳରେ ନବରଙ୍ଗପୁର ଓ କଳାହାଣ୍ଡି ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଅଧିକ ପଢ଼ନ୍ତୁ- ଲଘୁଚାପ ପ୍ରଭାବ: ପ୍ରବଳ ବର୍ଷାରେ ୪ଟି ଗାଁ ଉବୁଟୁବୁ

https://www.youtube.com/watch?v=k1popZavnKE