ଋଷିକୁଲ୍ୟା, ବଡ଼ ଓ ବାହୁଦା ନଦୀରେ ବନ୍ୟା ଆସିଛି: ଏସ୍‌ଆର୍‌ସି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିତ୍‌ଲି ପ୍ରଭାବରେ ସାରା ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଋଷିକୁଲ୍ୟା, ବଡ଼ ନଦୀ ଓ ବାହୁଦା ନଦୀରେ ବନ୍ୟା ଆସିଛି। ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ସୋରଡ଼ା, ଜାନିବିଲି ଓ ଆସିକାରେ ଋଷିକୂଲ୍ୟା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆସିକା ଜେଲ୍ ଗେଟ୍ ଭାଙ୍ଗିଯିବାରୁ ୧୯୩ କଏଦୀଙ୍କୁ ସ୍ଥାନାନ୍ତର କରାଯାଇଛି। […]

SRC-

SRC-

Jyoshna Pradhan
  • Published: Friday, 12 October 2018
  • Updated: 12 October 2018, 12:23 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିତ୍‌ଲି ପ୍ରଭାବରେ ସାରା ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।flood

ସେ କହିଛନ୍ତି,“ଋଷିକୁଲ୍ୟା, ବଡ଼ ନଦୀ ଓ ବାହୁଦା ନଦୀରେ ବନ୍ୟା ଆସିଛି। ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ସୋରଡ଼ା, ଜାନିବିଲି ଓ ଆସିକାରେ ଋଷିକୂଲ୍ୟା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆସିକା ଜେଲ୍ ଗେଟ୍ ଭାଙ୍ଗିଯିବାରୁ ୧୯୩ କଏଦୀଙ୍କୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୧୪ଟି ଏନ୍‌ଡିଆର୍‌ଏଫ୍‌ ଏବଂ ୧୨ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି।”

ସେ ଆହୁରି କହିଛନ୍ତି,“ବଡ଼ ବଡ଼ ଗଛ ଉପୁଡ଼ିବାରୁ ଗଜପତି ଜିଲ୍ଲାରେ ଯୋଗାଯୋଗ ବିଛିନ୍ନ ହୋଇଛି। ମହେନ୍ଦ୍ରତନୟା  ଓ ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଉଛି। ରିଲିଫ୍ କ୍ୟାମ୍ପକୁ ଲୋକଙ୍କୁ ସ୍ଥାନାନ୍ତର ଚାଲିଛି। ଜି.ଉଦୟଗିରିରେ ସର୍ବାଧିକ ୩୫୧ ମି.ମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି କଟକ କଣ୍ଟାପଡ଼ାରେ ୩୧୯ ମି.ମି ବର୍ଷା ରେକର୍ଡ଼ ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos