ସୁବର୍ଣ୍ଣପୁରରେ ଲଗାଣ ବର୍ଷା: ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ

ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): ଗତ ଦୁଇ ଦିନର ଲଗାଣ ବର୍ଷାରେ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପିତାମହୁଲ ନିକଟ ବାଉରୀ ଯୋର ଉପରେ ୯ ଫୁଟ୍‌ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଫଳରେ ସୁବର୍ଣ୍ଣପୁରରୁ ରେଢ଼ାଖୋଲ ଓ ସୁବର୍ଣ୍ଣପୁରରୁ ବିଶିପାଲି ଦେଇ ବୌଦ୍ଧକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିଭଳି ହରିହରଯୋର ଜଟେସିଂହା ସ୍ଥିତ ସେତୁ ଉପର ପେଟେ ଉଚ୍ଚର ପାଣି ପ୍ରବାହିତ ହେଉଛି। ସେତୁ ଦବି ଯାଇଛି। ତେଣୁ ବୀରମହାରାଜପୁର ଓ ସୁବଳୟାକୁ ଯୋଗାଯୋଗ […]

222

Rakesh Mallick
  • Published: Sunday, 22 July 2018
  • , Updated: 22 July 2018, 01:08 PM IST

ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): ଗତ ଦୁଇ ଦିନର ଲଗାଣ ବର୍ଷାରେ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପିତାମହୁଲ ନିକଟ ବାଉରୀ ଯୋର ଉପରେ ୯ ଫୁଟ୍‌ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଫଳରେ ସୁବର୍ଣ୍ଣପୁରରୁ ରେଢ଼ାଖୋଲ ଓ ସୁବର୍ଣ୍ଣପୁରରୁ ବିଶିପାଲି ଦେଇ ବୌଦ୍ଧକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ସେହିଭଳି ହରିହରଯୋର ଜଟେସିଂହା ସ୍ଥିତ ସେତୁ ଉପର ପେଟେ ଉଚ୍ଚର ପାଣି ପ୍ରବାହିତ ହେଉଛି। ସେତୁ ଦବି ଯାଇଛି। ତେଣୁ ବୀରମହାରାଜପୁର ଓ ସୁବଳୟାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଭୂତିଆପାଲି ସ୍ଥିତ ଘୁଙ୍ଗିନାଳରେ ୫ ଫୁଟ୍‌ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ବୀରମହାରାଜପୁର ଓ ଚାରମାଳକୁ ଯୋଗାଯୋଗ  ବାଧାପ୍ରାପ୍ତ ହୋଇଛି।

ବର୍ଷା ପ୍ରଭାବରେ ଜିଲ୍ଲାର ତଳିଆ ଅଞ୍ଚଳରେ ଥିବା ବିଭିନ୍ନ ଗାଁ ପାଣି ଘେରରେ ଥିବା ଜଣାପଡ଼ିଛି।

Related story