ଫୁଲୁଛି ମହାନଦୀ, ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ସ୍ଥିତି

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିସହ ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ପରେ ମହାନଦୀ ଫୁଲିବାରେ ଲାଗିଛି। ଜଳସ୍ତର ବୃଦ୍ଧି ପାଇଥିବାରୁ ଛୋଟ ବଡ଼ ନାଳ ଓ ଯୋରରୁ ପାଣି ନିଷ୍କାସନ ହୋଇ ନପାରି ବନ୍ୟା ପରିସ୍ଥିତି ଦେଖାଦେଇଛି। ବୀରମହାରାଜପୁର ବ୍ଲକର ବଖମ୍ୱଶିରିପାଲି ଗାଁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ଗାଁକୁ ଚାରିପଟୁ ବନ୍ୟାପାଣି ଘେରି ରଖିଥିବାରୁ ଭୟ ଆଉ ଆଶଙ୍କା ଭିତରେ ଗାଁଲୋକେ ଅଛନ୍ତି। […]

sonpur

Jyoshna Pradhan
  • Published: Sunday, 08 September 2019
  • , Updated: 08 September 2019, 01:30 PM IST

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିସହ ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ପରେ ମହାନଦୀ ଫୁଲିବାରେ ଲାଗିଛି। ଜଳସ୍ତର ବୃଦ୍ଧି ପାଇଥିବାରୁ ଛୋଟ ବଡ଼ ନାଳ ଓ ଯୋରରୁ ପାଣି ନିଷ୍କାସନ ହୋଇ ନପାରି ବନ୍ୟା ପରିସ୍ଥିତି ଦେଖାଦେଇଛି।

ବୀରମହାରାଜପୁର ବ୍ଲକର ବଖମ୍ୱଶିରିପାଲି ଗାଁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ଗାଁକୁ ଚାରିପଟୁ ବନ୍ୟାପାଣି ଘେରି ରଖିଥିବାରୁ ଭୟ ଆଉ ଆଶଙ୍କା ଭିତରେ ଗାଁଲୋକେ ଅଛନ୍ତି। ପିତାମହୁଲ ବାଉରୀ ଯୋର ଉପରେ ଆଜି ମଧ୍ୟ ୫ ଫୁଟ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଛି। ଫଳରେ ବୀରମହାରାଜପୁର-ରେଢାଖୋଲ,ବୀରମହାରାଜପୁର-ବଉଦ ଏବଂ ବୀରମହାରାଜପୁର- ଆଠମଲ୍ଲିକ ଯୋଗାଯୋଗ ବିଚ୍ଛିନ୍ନ ରହିଛି।

ସେହିଭଳି କୁଲୁଥି ଯୋରର ଜଳସ୍ତର ମଧ୍ୟ ବୃଦ୍ଧିପାଇ ବିଜେପୁର ସେତୁରେ ୩ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ତେଣୁ ବୀରମହାରାଜପୁର ବିଜେପୁର ଦେଇ ସୋନପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

Related story