ମାଲକାନଗିରିରେ ସୁଧୁରୁଛି ବନ୍ୟା ସ୍ଥିତି, ଆଜି ବି ସ୍କୁଲ ଛୁଟି

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ସୁଧୁରୁଛି ବନ୍ୟା ପରିସ୍ଥିତି। ଗତକାଲି ବର୍ଷାର ପରିମାଣ କମିବାରୁ କିଛି ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଛି। ଯାହାଦ୍ୱାରା ମାଲକାନଗିରିରୁ କାଲିମେଳା ଓ ବାଲିମେଳାକୁ ଯୋଗାଯୋଗ ସମ୍ଭବ ହୋଇପାରିଛି। ଏବେ ବି ସାବେରୀ ଓ  ଅନ୍ୟ ନଦୀର ଜଳସ୍ତର ହ୍ରାସ ପାଇ ନ ଥିବାରୁ ଛତିଶଗଡ଼ ଓ କିଛି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହାକୁ ଦୃଷ୍ଟିରେ ରଖି  ଜିଲ୍ଲା ପ୍ରଶାସନ ପକ୍ଷରୁ  ଆଜି ସମସ୍ତ ସ୍କୁଲକୁ ଛୁଟି ଘୋଷଣା […]

malkangiri

Jyoshna Pradhan
  • Published: Thursday, 08 August 2019
  • , Updated: 08 August 2019, 07:53 AM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ସୁଧୁରୁଛି ବନ୍ୟା ପରିସ୍ଥିତି। ଗତକାଲି ବର୍ଷାର ପରିମାଣ କମିବାରୁ କିଛି ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଛି। ଯାହାଦ୍ୱାରା ମାଲକାନଗିରିରୁ କାଲିମେଳା ଓ ବାଲିମେଳାକୁ ଯୋଗାଯୋଗ ସମ୍ଭବ ହୋଇପାରିଛି।

ଏବେ ବି ସାବେରୀ ଓ  ଅନ୍ୟ ନଦୀର ଜଳସ୍ତର ହ୍ରାସ ପାଇ ନ ଥିବାରୁ ଛତିଶଗଡ଼ ଓ କିଛି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହାକୁ ଦୃଷ୍ଟିରେ ରଖି  ଜିଲ୍ଲା ପ୍ରଶାସନ ପକ୍ଷରୁ  ଆଜି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଏହାସହ  ତଳିଆ ଅଞ୍ଚଳର ୪୮୧୯ ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

Related story