ମାଲକାନଗିରିରେ ବର୍ଷା ବିତ୍ପାତ, ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ଲାଗି ରହିଛି ବର୍ଷା ବିତ୍ପାତ । ପ୍ରବଳ ବର୍ଷା ଯୋଗୁଁ ମୋଟୁର ତଳିଆ ଅଂଚଳ ଜଳମଗ୍ନ ହୋଇଛି। ଗୋଦାବରୀ ନଦୀ ଫୁଲି ରହିଥିବାରୁ ଜଳ ନିଷ୍କାସନରେ ବାଧା ସୃଷ୍ଟି ହୋଇଛି । ମାଲକାନଗିରିର ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଇଛି।  କନ୍ୟାଆଶ୍ରମ ପୋଲ ଉପରେ ୪ଫୁଟର ପାଣି ଚାଲୁଥିବାରୁ କାଲିମେଳା -ପଡିଆକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ସେହିପରି ପୋଟେରୁ, କାଙ୍କରକୋଣ୍ଡା ,mv୯୦ କୁ ଯିବା ରାସ୍ତାରେ ପୋଲ ଉପରେ ପାଣି ଚାଲୁଛି […]

mlk-2

Niharika Rout
  • Published: Friday, 21 August 2020
  • , Updated: 21 August 2020, 09:48 AM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ଲାଗି ରହିଛି ବର୍ଷା ବିତ୍ପାତ । ପ୍ରବଳ ବର୍ଷା ଯୋଗୁଁ ମୋଟୁର ତଳିଆ ଅଂଚଳ ଜଳମଗ୍ନ ହୋଇଛି। ଗୋଦାବରୀ ନଦୀ ଫୁଲି ରହିଥିବାରୁ ଜଳ ନିଷ୍କାସନରେ ବାଧା ସୃଷ୍ଟି ହୋଇଛି । ମାଲକାନଗିରିର ସମସ୍ତ ନଦୀର ଜଳସ୍ତର ବୃଦ୍ଧି ପାଇଛି।

 କନ୍ୟାଆଶ୍ରମ ପୋଲ ଉପରେ ୪ଫୁଟର ପାଣି ଚାଲୁଥିବାରୁ କାଲିମେଳା -ପଡିଆକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ସେହିପରି ପୋଟେରୁ, କାଙ୍କରକୋଣ୍ଡା ,mv୯୦ କୁ ଯିବା ରାସ୍ତାରେ ପୋଲ ଉପରେ ପାଣି ଚାଲୁଛି । ଛତିଶଗଡ଼ର ଝପ୍ରା ପୋଲ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଥିବା ଯୋଗୁଁ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ସୀମାନ୍ତ ଅଞ୍ଚଳବାସୀ ଯାତାୟତ ନିମନ୍ତେ ହନ୍ତସନ୍ତ ହେଉଛନ୍ତି।

Related story