ବନ୍ୟା ସ୍ଥିତିର ଆଶଙ୍କା ନାହିଁ : ଜଳସମ୍ପଦ ସଚିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବନ୍ୟା ସ୍ଥିତିର ଆଶଙ୍କା ନଥିବା ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, “୨୪ ଘଣ୍ଟା ଭିତରେ ବର୍ଷାର ପରିମାଣ କମିଛି।  ହ୍ରାସ ପାଇଛି ସବୁ ନଦୀର ଜଳସ୍ତର। ଉପରମୁଣ୍ଡରେ କମ୍ ବର୍ଷା ଓ କମ୍ ପାଣି ଆସୁଥିବାରୁ ହୀରାକୁଦର ୧୦ଟି ଗେଟ୍ ବନ୍ଦ କରାଯାଇଛି। ଗତକାଲି ହୀରାକୁଦରୁ ଛଡ଼ା ଯାଇଥିବା ପାଣି ଆଜି ରାତିରେ ମୁଣ୍ଡଳୀରେ ପହଞ୍ଚିବ।  ସେତେବେଳକୁ ମୁଣ୍ଡଳୀରେ ୫ରୁ ସାଢେ ୫ ଲକ୍ଷ କ୍ୟୁସେକ୍ […]

bbsr

Jyoshna Pradhan
  • Published: Friday, 16 August 2019
  • , Updated: 16 August 2019, 03:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବନ୍ୟା ସ୍ଥିତିର ଆଶଙ୍କା ନଥିବା ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, “୨୪ ଘଣ୍ଟା ଭିତରେ ବର୍ଷାର ପରିମାଣ କମିଛି।  ହ୍ରାସ ପାଇଛି ସବୁ ନଦୀର ଜଳସ୍ତର। ଉପରମୁଣ୍ଡରେ କମ୍ ବର୍ଷା ଓ କମ୍ ପାଣି ଆସୁଥିବାରୁ ହୀରାକୁଦର ୧୦ଟି ଗେଟ୍ ବନ୍ଦ କରାଯାଇଛି। ଗତକାଲି ହୀରାକୁଦରୁ ଛଡ଼ା ଯାଇଥିବା ପାଣି ଆଜି ରାତିରେ ମୁଣ୍ଡଳୀରେ ପହଞ୍ଚିବ।  ସେତେବେଳକୁ ମୁଣ୍ଡଳୀରେ ୫ରୁ ସାଢେ ୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ। ଆଜି ସଂଧ୍ୟା ସୁଦ୍ଧା ସବୁ କିଛି ସ୍ୱାଭାବିକ ହେବ। ”

ସେହିପରି ଯୁଗ୍ମ ରିଲିଫ କମିଶନର ପ୍ରଭାତ ମହାପାତ୍ର କହିଛନ୍ତି,“ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା କମିଛି। ୧୧ଟି ଜିଲ୍ଲାରେ ଆଦୌ ବର୍ଷା ହୋଇ ନାହିଁ। ତଥାପି କେନ୍ଦ୍ରାପଡ଼ା ଓ ପୁରୀର କିଛି ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଅନୁଗୋଳର ଟିକରପଡ଼ାରେ ୩ ଶହ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ କେନ୍ଦ୍ରାପଡ଼ାର ୨ଟି ଗାଁରୁ ୧୮ ଜଣଙ୍କୁ ଉଦ୍ଧାର କରାଯାଇଛି। ବାଙ୍କୀର କିଛି ଅଞ୍ଚଳ ଜଳମଗ୍ନ ଥିବା ବେଳେ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାରେ ସ୍ଥିତି ସୁଧୁରିଛି।”

Related story