କନ୍ଧମାଳ ଜିଲ୍ଲାରେ ପରିସ୍ଥିତି ଅସମ୍ଭାଳ; ଜଗି ରହିଛି ଓଡ୍ରାଫ୍ ଟିମ୍
ବାଲିଗୁଡ଼ା(ଅଜିତ ନାୟକ) ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲାର ସ୍ଥିତି ବେହାଲ ହୋଇପଡ଼ିଛି। ବିଶେଷ କରି ବାଲିଗୁଡ଼ା ଅଞ୍ଚଳରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ବାଟାଗୁଡ଼ାଠାରେ ୫୯ ନମ୍ବର ଜାତୀୟ ରାଜପଥର ଅସ୍ଥାୟୀ କଲଭର୍ଟ ଧୋଇ ହୋଇଯିବା ପରେ ଏବେ ବି କନ୍ଧମାଳ-କଳାହାଣ୍ଡି ଓ ରାୟଗଡା ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଏହାସହ ବାଲିଗୁଡା, ତୁମୁଡିବନ୍ଧ ଓ କୋଟଗଡ ବ୍ଲକର ଅନେକ ଆଦିବାସୀ ଉପାନ୍ତ ଇଲାକାରେ ବର୍ଷା ଲାଗିରହିଥିବା ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରଶାସନ […]
ବାଲିଗୁଡ଼ା(ଅଜିତ ନାୟକ) ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲାର ସ୍ଥିତି ବେହାଲ ହୋଇପଡ଼ିଛି। ବିଶେଷ କରି ବାଲିଗୁଡ଼ା ଅଞ୍ଚଳରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ବାଟାଗୁଡ଼ାଠାରେ ୫୯ ନମ୍ବର ଜାତୀୟ ରାଜପଥର ଅସ୍ଥାୟୀ କଲଭର୍ଟ ଧୋଇ ହୋଇଯିବା ପରେ ଏବେ ବି କନ୍ଧମାଳ-କଳାହାଣ୍ଡି ଓ ରାୟଗଡା ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି।
ଏହାସହ ବାଲିଗୁଡା, ତୁମୁଡିବନ୍ଧ ଓ କୋଟଗଡ ବ୍ଲକର ଅନେକ ଆଦିବାସୀ ଉପାନ୍ତ ଇଲାକାରେ ବର୍ଷା ଲାଗିରହିଥିବା ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରଶାସନ ତରଫରୁ ବାଲିଗୁଡାଠାରେ ଏକ ଓଡ୍ରାଫ ଟିମକୁ ସଜାଗ ରଖାଯାଇଛି।