ଫୁଲୁଛି ସୁବର୍ଣ୍ଣରେଖା, ଗାଁରେ ପଶିଲା ବନ୍ୟା ପାଣି

ଜଳେଶ୍ୱର(ଅଜିତ ଦାସ): ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ସୁବର୍ଣ୍ଣରେଖା ନଦୀ ଫୁଲି ବାଲିଆପାଳ  ବ୍ଲକ ଓ ଜଳେଶ୍ୱର ବ୍ଲକର ପ୍ରାୟ ୨୦ ଗୋଟିଏ ଗାଁରେ ବନ୍ୟା ପାଣି ପଶିଛି। ଗତକାଲି ରାତିରେ ବନ୍ୟା ପାଣି ଗାଁରେ ପଶିଥିବା ବେଳେ ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ। ଗଲୁଡିହ ବ୍ୟାରେଜରୁ 8 ହଜାର qm  ପାଣି ପ୍ରବାହିତ ହେଉଛି। ଜଳେଶ୍ୱରସ୍ଥିତ ରାଜଘାଟଠାରେ ସତର୍କ ସୂଚନା ୯.୪୫ ମିଟର ଓ ବିପଦ ସଂକେତ ୧୦.୩୬  ଥିବା ବେଳେ ସକାଳ […]

flood water

flood water

Niharika Rout
  • Published: Monday, 02 August 2021
  • Updated: 02 August 2021, 10:04 AM IST

Sports

Latest News

ଜଳେଶ୍ୱର(ଅଜିତ ଦାସ): ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ସୁବର୍ଣ୍ଣରେଖା ନଦୀ ଫୁଲି ବାଲିଆପାଳ  ବ୍ଲକ ଓ ଜଳେଶ୍ୱର ବ୍ଲକର ପ୍ରାୟ ୨୦ ଗୋଟିଏ ଗାଁରେ ବନ୍ୟା ପାଣି ପଶିଛି। ଗତକାଲି ରାତିରେ ବନ୍ୟା ପାଣି ଗାଁରେ ପଶିଥିବା ବେଳେ ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ।

ଗଲୁଡିହ ବ୍ୟାରେଜରୁ 8 ହଜାର qm  ପାଣି ପ୍ରବାହିତ ହେଉଛି। ଜଳେଶ୍ୱରସ୍ଥିତ ରାଜଘାଟଠାରେ ସତର୍କ ସୂଚନା ୯.୪୫ ମିଟର ଓ ବିପଦ ସଂକେତ ୧୦.୩୬  ଥିବା ବେଳେ ସକାଳ ୬ଟା ସୁଦ୍ଧା  ୧୦.୪୨ ମିଟର ପାଣି ପ୍ରବାବିତ ହେଉଛି।  ବର୍ଷା ନ କମିଲେ ଅଧିକ ଗାଁରେ ବନ୍ୟା ପାଣି ପଶିବା ଆଶଙ୍କା କରାଯାଉଛି।

ମନୋରଞ୍ଜନ ନାୟକ, ଅରୁଣ କୁମାର ପାତ୍ର ନାମକ ଗ୍ରାମବାସୀ କହିଛନ୍ତି, ଗତ ରାତିରେ କାଲି ରାତିରେ ବନ୍ୟା ପାଣଇ ପଶି ୪-୫ଟି ଗାଁ ବୁଡ଼ି ଯାଇଛି। ଚାଷ ଜମି ବୁଡ଼ି ଯାଇଛି। ଆଜି ପାଣି ନ କମିଲେ ଫସଲ ସବୁ ନଷ୍ଟ ହେବ। ଖାଇବାକୁ ପାଇବୁ ନାହିଁ। ପ୍ରଶାସନ ତରଫରୁ କାହାରି ଦେଖା ନାହିଁ। ଏନେଇ ପ୍ରଶାସନ ତରଫରୁ ପୂର୍ବରୁ କିଛି ସୂଚନା ଦିଆଯାଇ ନ ଥିଲା।

ଏ ସମ୍ପର୍କରେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ କହିଛନ୍ତି, ସ୍ଥିତି ସମ୍ପର୍କରେ ସଜାଗ ଅଛୁ। ତଳିଆ ଅଞ୍ଚଳ ଲୋକଙ୍କୁ ପରକୁ ଯିବାକୁ ପରାମର୍ଶ ଦିଆଯାଇଛି। ପାଣି ଅଧିକ ବଢ଼ିଲେ ଲୋକଙ୍କୁ ଉଦ୍ଧାର କରି ବାତ୍ୟା ଆଶ୍ରୟ ସ୍ଥଳୀ ଓ ସ୍କୁଲକୁ ସ୍ଥାନାନ୍ତର କରାଯିବ। ସେମାନଙ୍କୁ ଶୁଖିଲା ଖାଦ୍ୟ ଦିଆଯିବ । ଏହାବାଦ ସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos