ଭଟ୍ଟାରିକା ମନ୍ଦିର ଭିତରେ ପଶିଲା ପାଣି

ନରସିଂହପୁର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ବଡ଼ମ୍ୱାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ଭିତରେ ପଶିଛି ବନ୍ୟା ପାଣି। ଫଳରେ ମା’ଙ୍କ  ଚଳନ୍ତି ପ୍ରତିମାଙ୍କୁ ସ୍ଥାନାନ୍ତର କରାଯାଇଛି। ବଡ଼ମ୍ୱାର ଦେବୋତ୍ତର ବିଭାଗ ଓ ମନ୍ଦିର ପୂଜକମାନଙ୍କ ଦ୍ୱାରା ମା’ଙ୍କ ପ୍ରତିମାକୁ ସ୍ଥାନାନ୍ତର କରାଯାଇଛି।  ତେବେ ରୀତିନୀତି ଅନୁସାରେ ମା’ଙ୍କ ପୂଜା ଠିକ୍‌ଠାକ୍‌ ଚାଲିଥିବା ବଡ଼ମ୍ୱା ଦେବୋତ୍ତର ବିଭାଗ ପକ୍ଷରୁ କୁହାଯାଇଛି।