ଅଧା ଓଡ଼ିଶାରେ ବନ୍ୟା ବିତ୍ପାତ : ନିର୍ବାଚନ ଓ ସଂଗଠନ ଚିନ୍ତାରେ ୩ ଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୨ରୁ ଅଧିକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଓ ଅନ୍ୟ ୬ ଜିଲ୍ଲାରେ ବର୍ଷା ବିତ୍ପାତ ଯୋଗୁ ସାଧାରଣ ଲୋକ ଦୁର୍ଦ୍ଦଶା ମଧ୍ୟରେ ଥିବାବେଳେ ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପିକୁ ନିଜର ସଂଗଠନ ଚିନ୍ତା ଘାରିଛି । କଂଗ୍ରେସ ବି ପଛରେ ନାହିଁ । ଶାସକ ବିଜେଡି ଓ ବିଜେପି ନିଜର ସଂଗଠନକୁ ସୁଦୃଢ଼ କରିବା ପାଇଁ ଆସନ୍ତା ୨୧ତାରିଖରେ କାର୍ଯ୍ୟକ୍ରମ ଆୟୋଜନ କରିଥିବାବେଳେ କଂଗ୍ରେସ ମଧ୍ୟ ଆସନ୍ତାକାଲି ରାଜ୍ୟସ୍ତରୀୟ […]

Kushabhadra

Kushabhadra

Ordigital Desk
  • Published: Thursday, 18 August 2022
  • Updated: 18 August 2022, 10:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୨ରୁ ଅଧିକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଓ ଅନ୍ୟ ୬ ଜିଲ୍ଲାରେ ବର୍ଷା ବିତ୍ପାତ ଯୋଗୁ ସାଧାରଣ ଲୋକ ଦୁର୍ଦ୍ଦଶା ମଧ୍ୟରେ ଥିବାବେଳେ ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପିକୁ ନିଜର ସଂଗଠନ ଚିନ୍ତା ଘାରିଛି । କଂଗ୍ରେସ ବି ପଛରେ ନାହିଁ । ଶାସକ ବିଜେଡି ଓ ବିଜେପି ନିଜର ସଂଗଠନକୁ ସୁଦୃଢ଼ କରିବା ପାଇଁ ଆସନ୍ତା ୨୧ତାରିଖରେ କାର୍ଯ୍ୟକ୍ରମ ଆୟୋଜନ କରିଥିବାବେଳେ କଂଗ୍ରେସ ମଧ୍ୟ ଆସନ୍ତାକାଲି ରାଜ୍ୟସ୍ତରୀୟ କୃଷକ ଚିନ୍ତନ ଶିବିରର ଆୟୋଜନ କରିଛି । ତେବେ ରାଜ୍ୟର ୨୦ରୁ ଅଧିକ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହିଥିବାବେଳେ ଆସନ୍ତାକାଲିଠୁ ଲଘୁଚାପ ଯୋଗୁ ଅନ୍ୟ ଦୁଇ ପ୍ରମୁଖ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେବ ବୋଲି ଆକଳନ ହୋଇଛି । ତଥାପି ଏଭଳି ଦୁଃସମୟରେ ରାଜ୍ୟର ରାଜନୀତିକ ଦଳଗୁଡ଼ିକ ନିଜର ନୀତି ଓ ନୈତିକତା ଭୁଲି ସଂଗଠନକୁ ସଜାଡ଼ିବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ମିଳିଥିବା ସୂଚନା ଅନୁସାରେ, ବିଜେଡି ଆସନ୍ତା ୨୧ତାରିଖରେ କଳିଙ୍ଗ ଷ୍ଟାଡ଼ିୟମରେ ଦଳର ବିଧାୟକ ଓ ମନ୍ତ୍ରୀମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରିଛି । ଏଥିରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଧାୟକ ଓ ମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେବେ । ୨୦୨୪ ସାଧାରଣ ନିର୍ବାଚନ ନିର୍ଦ୍ଧାରିତ ସମୟର ପୂର୍ବରୁ ହେବାର ସମ୍ଭାବନା ଥିବାରୁ ବିଜେଡି ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବା ଜଣାପଡ଼ିଛି । ନିର୍ବାଚନ ରଣନୀତି ପ୍ରସ୍ତୁତ କରି ଦଳ ତୃଣମୂଳସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଦଳର ମନ୍ତ୍ରୀ ଓ ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେବ ବୋଲି ସୂଚନା ମିଳଛି। ଏହାସହିତ ୨୦୧୯ ସାଧାରଣ ନିର୍ବାଚନରେ ଦଳ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି କେତେ ପାଳନ ହୋଇଛି ଓ କ’ଣ ସବୁ ବାକି ରହିଛି ସେ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି ।

ଆଜି ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଏହି ୨୧ତାରିଖ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବନ୍ୟା ବିତ୍ପାତବେଳେ ବିଜେଡି ଆଜି ଆଉ ପାଦେ ଆଗେଇ ଯାଇ ନିଜର ୬ଜଣ ବରିଷ୍ଠ ନେତାଙ୍କୁ ୩୦ଟି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ନ୍ୟସ୍ତ କରିଛି । ନିରଞ୍ଜନ ପୂଜାରୀଙ୍କୁ ନୂଆପଡ଼ା,କଳାହାଣ୍ଡି, ବଲାଙ୍ଗିର ଓ ବରଗଡ଼ ଜିଲ୍ଲା ଦାୟିତ୍ୱ ଦେଇଥିବାବେଳେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା,ଯାଜପୁର, ଭଦ୍ରକ ଓ ବାଲେଶ୍ୱର, ପ୍ରମିଳା ମଲ୍ଲିକଙ୍କୁ ମାଲକାନଗିରି, କୋରାପୁଟ,ନବରଙ୍ଗପୁର, ରାୟଗଡ଼ା, ଗଜପତି, ଦେବୀପ୍ରସାଦ ମିଶ୍ରଙ୍କୁ ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଓ ବୌଦ୍ଧ, ମହେଶ୍ୱର ମହାନ୍ତିଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର, ପ୍ରତାପ ଜେନାଙ୍କୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ସଂଗଠନ ଦାୟିତ୍ୱ ବୁଝିବା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି ।

ସେହିପରି ବିଜେପି ମଧ୍ୟ ଆସନ୍ତା ୨୦ରୁ ପୁରୀରେ ୩ଦିନିଆ ଚିନ୍ତନ ଶିବିର ଆୟୋଜନ କରିଛି । ଏଥିରେ ଦଳର ସମସ୍ତ ବିଧାୟକ, ସାଂସଦ, ରାଜ୍ୟ ପଦାଧିକାରୀ, କେନ୍ଦ୍ରୀୟ ନେତୃତ୍ୱ ସାମିଲ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏହି ୩ଦିନିଆ ଚିନ୍ତନ ଶିବିରରେ ଦଳ ଆଗାମୀ ନିର୍ବାଚନ ପାଇଁ ସଂଗଠନକୁ ସୁଦୃଢ଼ କରିବା ସହ ବୁଥସ୍ତରରେ ସଂଗଠନକୁ ମଜଭୂତ କରିବା ଦିଗରେ ଆବଶ୍ୟକ ବିଚାରବିମର୍ଶ କରିବ ବୋଲି ଜଣାପଡ଼ିଛି ।

କଂଗ୍ରେସ ଆସନ୍ତାକାଲି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କୃଷକ ଚିନ୍ତନ ଶିବିର ଆୟୋଜନ କରିଛି । ଏଥିରେ ଏଆଇସିସି କିଷାନ କଂଗ୍ରେସର ଅଧ୍ୟକ୍ଷ ସୁଖପାଲ ସିଂ ଖେରାଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ଓ ବିଧାୟକମାନେ ସାମିଲ ହେବେ । ଏଥିରେ ସବୁ ଜିଲ୍ଲାର ଦଳୀୟ କୃଷକ ସେଲର ପଦାଧିକାରୀଙ୍କ ସମେତ ରାଜ୍ୟସ୍ତରୀୟ ପଦାଧିକାରୀ ମଧ୍ୟ ସାମିଲ ହେବେ ତଥା ଆଗାମୀ ସାଧାରଣ ନିର୍ବାଚନରେ କୃଷକମାନଙ୍କୁ ଦଳ ସପକ୍ଷରେ କରିବା ନେଇ ଆବଶ୍ୟକ ରଣନୀତି ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି ।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟର ୧୨ଟି ଜିଲ୍ଲାରେ ଅଢ଼େଇ ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀ ଥିବା ସହ ମୋଟ୍ ୪.୬୭ଲକ୍ଷ ଲୋକ ବନ୍ୟା ପ୍ରଭାବିତ ହୋଇଥିବାବେଳେ ଅନ୍ୟ ୬ ଜିଲ୍ଲାର ପ୍ରାୟ ୬୦ହଜାର ଲୋକ ବର୍ଷା ବିତ୍ପାତ ଯୋଗୁ କ୍ଷୟକ୍ଷତିର ଶିକାର ହୋଇଛନ୍ତି । ଲଘୁଚାପ ଯୋଗୁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୦ ଓ ୨୧ ତାରିଖ ଦୁଇଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବନ୍ୟା ଓ ବର୍ଷା ବିତ୍ପାତ ଯୋଗୁ ଏବେ ଲକ୍ଷ ଲକ୍ଷ ଲୋକ ଖୋଲା ଆକାଶ ତଳେ ଦିନ କାଟୁଥିବାବେଳେ ରାଜନୀତିକ ଦଳଗୁଡ଼ିକ କିଭଳି ଏତେ ସମ୍ବେଦନହୀନ ଓ ଦାୟିତ୍ୱହୀନ ହୋଇ ରାଜନୀତିକ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ଓ ମାନବିକତାକୁ ଭୁଲି ଯାଉଛନ୍ତି ତାକୁ ନେଇ ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story