ବାରିପଦାରୁ ଧରାହେଲା ଉଡ଼ନ୍ତା ସାପ: ଦେଖନ୍ତୁ ଭିଡ଼ିଓ

<p>ବାରିପଦା(ଓଡ଼ିଶା ରିପୋର୍ଟର): ବାରିପଦା ସହରରୁ ଏକ ବିରଳ ପ୍ରଜାତିର ସାପ ଉଦ୍ଧାର କରାଯାଇଛି। ଯାହାର ନାଁ &ldquo;ଓରନେଟ୍&zwnj; ଫ୍ଲାଇଂ ସ୍ନେକ&rsquo;&rsquo;। ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟରେ ଏପରି ସାପ କେବେ ବି ଦେଖିବାକୁ ମିଳି ନ ଥିଲା। ଏହି ପ୍ରଜାତିର ସାପ ଓଡ଼ିଶାରେ ପ୍ରଥମ ବୋଲି ପ୍ରାଣୀ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି। ଏହି ସାପଟି ଥରକୁ ୧୦୦ ମିଟର ପର୍ଯ୍ୟନ୍ତ ଯାଇପାରିବ। ସେଥିପାଇଁ ଏହାକୁ ଉଡ଼ନ୍ତା ସାପ ବୋଲି କୁହାଯାଏ। ଏହି ସାପର ଲମ୍ୱ ୧ ମିଟର। ମୁଣ୍ଡଟି ଲମ୍ୱା ହୋଇଥିବା ବେଳେ ଶରୀରରେ ସବୁଜ, ହଳଦିଆ ଓ ଗାଢ଼ ବାଦାମୀ ରଙ୍ଗର ଷ୍ଟ୍ରିପ୍&zwnj; ପଡ଼ିଛି। ଏହି ସାପଟି ସନ୍ତସନ୍ତିଆ, ବୋଦା ଓ ଘାସ ମୂଳରେ ରହିବାକୁ ବେଶୀ ପସନ୍ଦ କରେ। ସାପଟି ଏଣ୍ଡୁଅ, ଝିଡ଼ିପିଟି, ଛୋଟ ପକ୍ଷୀ ଶିକାର କରିଥାଏ। ବିହାର, ପଶ୍ଚିମବଙ୍ଗ ସହ ଉତ୍ତର-ପୂର୍ବ ଅଞ୍ଚଳରେ ଏହି ସାପଟିକୁ ଦେଖିବାକୁ ମିଳିଥାଏ ବୋଲି ବିଶେଷଜ୍ଞ ମତପ୍ରକାଶ କରିଛନ୍ତି।</p> <p>ବାରିପଦ ସହର ଉପକଣ୍ଠ ଧନପୁର ଅଞ୍ଚଳରେ ଗତକାଲି ଏହି ସାପଟିକୁ ଦେଖିବାକୁ ମିଳିଥିଲା। ସାପଟି ଏକ କାଠ ଗୋଚ୍ଛା ଭିତରେ ଥିବା ଦେଖି ବନ ବିଭାଗକୁ ଖବର ଦିଆଯାଇଥିଲା। ବିଭାଗ ଏହାକୁ ଉଦ୍ଧାର କରି ଶିମିଳିପାଳ ଅଭୟାଣ୍ୟରେ ଛାଡ଼ି ଦେଇଥିବା ଜଣାପଡ଼ିଛି।</p>

Ordigital Desk
  • Published: Sunday, 18 March 2018
  • Updated: 18 March 2018, 04:34 PM IST

Sports

Latest News

<p>ବାରିପଦା(ଓଡ଼ିଶା ରିପୋର୍ଟର): ବାରିପଦା ସହରରୁ ଏକ ବିରଳ ପ୍ରଜାତିର ସାପ ଉଦ୍ଧାର କରାଯାଇଛି। ଯାହାର ନାଁ &ldquo;ଓରନେଟ୍&zwnj; ଫ୍ଲାଇଂ ସ୍ନେକ&rsquo;&rsquo;। ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟରେ ଏପରି ସାପ କେବେ ବି ଦେଖିବାକୁ ମିଳି ନ ଥିଲା। ଏହି ପ୍ରଜାତିର ସାପ ଓଡ଼ିଶାରେ ପ୍ରଥମ ବୋଲି ପ୍ରାଣୀ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି। ଏହି ସାପଟି ଥରକୁ ୧୦୦ ମିଟର ପର୍ଯ୍ୟନ୍ତ ଯାଇପାରିବ। ସେଥିପାଇଁ ଏହାକୁ ଉଡ଼ନ୍ତା ସାପ ବୋଲି କୁହାଯାଏ। ଏହି ସାପର ଲମ୍ୱ ୧ ମିଟର। ମୁଣ୍ଡଟି ଲମ୍ୱା ହୋଇଥିବା ବେଳେ ଶରୀରରେ ସବୁଜ, ହଳଦିଆ ଓ ଗାଢ଼ ବାଦାମୀ ରଙ୍ଗର ଷ୍ଟ୍ରିପ୍&zwnj; ପଡ଼ିଛି। ଏହି ସାପଟି ସନ୍ତସନ୍ତିଆ, ବୋଦା ଓ ଘାସ ମୂଳରେ ରହିବାକୁ ବେଶୀ ପସନ୍ଦ କରେ। ସାପଟି ଏଣ୍ଡୁଅ, ଝିଡ଼ିପିଟି, ଛୋଟ ପକ୍ଷୀ ଶିକାର କରିଥାଏ। ବିହାର, ପଶ୍ଚିମବଙ୍ଗ ସହ ଉତ୍ତର-ପୂର୍ବ ଅଞ୍ଚଳରେ ଏହି ସାପଟିକୁ ଦେଖିବାକୁ ମିଳିଥାଏ ବୋଲି ବିଶେଷଜ୍ଞ ମତପ୍ରକାଶ କରିଛନ୍ତି।</p><p>ବାରିପଦ ସହର ଉପକଣ୍ଠ ଧନପୁର ଅଞ୍ଚଳରେ ଗତକାଲି ଏହି ସାପଟିକୁ ଦେଖିବାକୁ ମିଳିଥିଲା। ସାପଟି ଏକ କାଠ ଗୋଚ୍ଛା ଭିତରେ ଥିବା ଦେଖି ବନ ବିଭାଗକୁ ଖବର ଦିଆଯାଇଥିଲା। ବିଭାଗ ଏହାକୁ ଉଦ୍ଧାର କରି ଶିମିଳିପାଳ ଅଭୟାଣ୍ୟରେ ଛାଡ଼ି ଦେଇଥିବା ଜଣାପଡ଼ିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos