ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି, ଆସନ୍ତାକାଲି ଓ ପହର ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ହେବ। ସେଥିପାଇଁ ଏସ୍ଆରସି ସତର୍କ ସୂଚନା ଜାରି କରାଯାଇଛି। କୁହୁଡ଼ି ଜନିତ ଦୁର୍ଘଟଣା ଏଡ଼ାଇବା ପାଇଁ ପୁଲିସ ପଦକ୍ଷେପ ଗ୍ରହଣ କରିବାକୁ ଏସଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯଇଛି।
https://twitter.com/mcbbsr/status/1613477931212472320?s=20&t=dYo4DQc6eNcQBkRG_sYvjA
ଆଜି ରାତିରେ ଅନୁଗୋଳ, ଢେଙ୍କାନାଳ, କଟକ, କେନ୍ଦୁଝର, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରେ କେତେକ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ସେହିଭଳି ଆସନ୍ତାକାଲି କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କଟକ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲା ପାଇଁ ଘନ କୁହୁଡ଼ି ହୋଇପାରେ। ୧୪ ତାରିଖ ସକାଳ ଓ ରାତିରେ ୭ଟି ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହିସବୁ ଜିଲ୍ଲାଗୁଡ଼ିକ ହେଉଛି ଅନୁଗୋଳ, ଢେଙ୍କାନାଳ, କଟକ, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଓ କନ୍ଧମାଳ। ଘନ କୁହୁଡ଼ି ପାଇଁ ଏସ୍ଆରସିଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ଅବଗତ କରାଯାଇଛି।
https://twitter.com/mcbbsr/status/1613505237742157826?s=20&t=dYo4DQc6eNcQBkRG_sYvjA
୪ ଦିନ ଧରି ଓଡ଼ିଶା ଜାଡ଼ରେ ଥରିବା ପରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ରାତି ତାପମାତ୍ରା ବଢିବ ଓ କମିବ ଶୀତ। ମଧ୍ୟ-ଭାରତରେ ସକ୍ରିୟ ଗୁରୁଚାପ ବଳୟ ବର୍ତ୍ତମାନ ପୂର୍ବା ମୁହାଁ ହୋଇ ରାଜ୍ୟ ଉପରେ କାୟା ବିସ୍ତାର କରିଥିବାରୁ ଜଳୀୟ ବାଷ୍ପ ପୂର୍ଣ୍ଣ ଉଷ୍ମ ସାମୁଦ୍ରିକ ବାୟୁର ପ୍ରଭାବ ବୃଦ୍ଧି କରୁଛି।