‘ରେଳ ଅନୁଦାନ ଦାବି ନେଇ ରାଜ୍ୟର ଗୃହ କମିଟିକୁ ଆଉ ଦିଲ୍ଲୀ ଯିବାକୁ ପଡ଼ୁନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ହେବା ପରଠୁ ଓଡ଼ିଶା ବିଧାନସଭାର ଗୃହ କମିଟିକୁ ଆଉ ରାଜ୍ୟ ପାଇଁ ରେଳ ଅନୁଦାନ ଦାବିରେ ଦିଲ୍ଲୀ ଯିବାକୁ ପଡ଼ୁନି। ମୋଦି ସରକାରରେ ଓଡ଼ିଶାକୁ ଚଳିତବର୍ଷ ସର୍ବକାଳୀନ ସର୍ବାଧିକ ଅର୍ଥ ଦିଆଯାଇଛି। ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଖୋର୍ଦ୍ଧ ରୋଡ୍ ରେଳଷ୍ଟେସନଠାରେ ନୂଆ କୋଠାକୁ ଉଦଘାଟନ ସହ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […]

Dharmendra

Dharmendra

Ordigital Desk
  • Published: Thursday, 30 June 2022
  • Updated: 30 June 2022, 10:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ହେବା ପରଠୁ ଓଡ଼ିଶା ବିଧାନସଭାର ଗୃହ କମିଟିକୁ ଆଉ ରାଜ୍ୟ ପାଇଁ ରେଳ ଅନୁଦାନ ଦାବିରେ ଦିଲ୍ଲୀ ଯିବାକୁ ପଡ଼ୁନି। ମୋଦି ସରକାରରେ ଓଡ଼ିଶାକୁ ଚଳିତବର୍ଷ ସର୍ବକାଳୀନ ସର୍ବାଧିକ ଅର୍ଥ ଦିଆଯାଇଛି। ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଖୋର୍ଦ୍ଧ ରୋଡ୍ ରେଳଷ୍ଟେସନଠାରେ ନୂଆ କୋଠାକୁ ଉଦଘାଟନ ସହ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।

ଆଜି ଦୁଇ କେନ୍ଦ୍ରମନ୍ତ୍ରୀ ଖୋର୍ଦ୍ଧା ରୋଡ୍ ଷ୍ଟେସନ ପରିସରରୁ ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସର ଏଲଏଚବି କୋଚ୍ ଓ ଭୁବନେଶ୍ୱର-ଆନନ୍ଦବିହାର ଦୂରନ୍ତ ଏକ୍ସପ୍ରେସର ଉଦଘାଟନ କରିବା ସହ ସେହି ସ୍ଥାନରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଭୁବନେଶ୍ୱର ସ୍ଥିତ ପଟିଆ ଓ ବାଣୀବିହାର ପିଏଚର ନୂଆ ବିଲଡ଼ିଂର ଲୋକାର୍ପଣ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ରେଳ ମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ରେଳ କାମ କ୍ଷିପ୍ର ଗତିରେ ଆଗକୁ ବଢ଼ୁଛି। ମୋଦି ସରକାର ୨୦୨୨-୨୩ ଆଥିକ ବର୍ଷ କେନ୍ଦ୍ର ବଜେଟରେ ରାଜ୍ୟକୁ ରେଳ କ୍ଷେତ୍ରରେ ୯,୭୩୪ କୋଟି ଟଙ୍କା ସର୍ବକାଳୀନ ସର୍ବାଧିକ ଅର୍ଥ ଦେଇଛନ୍ତି ।

ଆଉ ଓଡ଼ିଶା ବିଧାନସଭାରୁ ଗୃହ କମିଟିକୁ ରେଳ ଅନୁଦାନ ବଢ଼ାଇବା ପାଇଁ ଦାବି କରିବାକୁ ଦିଲ୍ଲୀ ଯିବାକୁ ପଡ଼ୁନାହିଁ । ମୋଦି ସରକାର ଆଶାରୁ ଅଧିକ ରେଳ ଅନୁଦାନ ଦେଉଛନ୍ତି । ଆଜି ଟ୍ରେନ ଗୁଡ଼ିକର ରୂପ ବଦଳୁଛି । ଓଡ଼ିଶାରେ ରାଜଧାନୀ ଏକ୍ସପ୍ରେସ ଭଳି ଅନେକ ରେଳ କୋଚଗୁଡ଼ିକୁ ପରିବର୍ତ୍ତନ କରାଯାଉଛି । ରେଳ ଷ୍ଟେସନର ଉନ୍ନତିକରଣ ଓ ନୂଆ ରେଳ ଲାଇନ ହେଉଛି । ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା –ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର କାମ ଶୀଘ୍ର ଶେଷ କରିବାକୁ ଯୋଜନା କରାଯାଉଛି । ଏହି କାମ ସମ୍ପୂର୍ଣ୍ଣ ହେଲେ ସବୁଠୁ ଲାଭ କନ୍ଧମାଳ, ଫୁଲବାଣୀ ଓ ଦାରିଙ୍ଗବାଡ଼ି ପାଇବ । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ରହିପାରିବ । ମୋଦି ସରକାର ଦେଶରେ ସେମିକଣ୍ଡକ୍ଟରର ଉତ୍ପାଦନ ବଢ଼ାଇବା ପାଇଁ ଯୋଜନା ଆରମ୍ଭ କରିଛନ୍ତି । ଓଡ଼ିଶାରେ ସେମିକଣ୍ଡକ୍ଟରର ଉତ୍ପାଦନ ପାଇଁ ଏଠାରେ ‘ସେମି କଣ୍ଡକ୍ଟର ୟୁନିଟ୍‌’ ପ୍ରତିଷ୍ଠା ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos