କୋଣାର୍କରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମୁଛି

କୋଣାର୍କ(ଓଡ଼ିଶା ରିପୋର୍ଟର): ବିଶ୍ୱ ଐତିହ୍ୟ ପର୍ଯ୍ୟଟନ ସ୍ଥଳ କୋଣାର୍କରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୦ ବର୍ଷ ଭିତରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଅଧାରୁ ଅଧିକ କମିଗଲାଣି।

୨୦୧୭ରେ ସବୁଠାରୁ କମ୍ ୫,୫୯୬ ଜଣ ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ୨୦୦୦ ମସିହାରେ କୋଣାର୍କକୁ ସମୁଦାୟ ୧୪ ଲକ୍ଷ ପର୍ଯ୍ୟଟକ ଆସିଥିଲେ। ସେମାନଙ୍କ ମଧ୍ୟରୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୧୩ ହଜାରରୁ ଅଧିକ ଥିଲା।

ତେବେ କ୍ରମାଗତ ଭାବେ ବିଦେଶୀ ପର୍ଯ୍ୟଟଙ୍କ ସଂଖ୍ୟା କମିବାରେ ଲାଗିଛି। ୨୦୧୦-୧୧ରେ ସାଢ଼େ ୮ ହଜାର, ୨୦୧୧-୧୨ରେ ୯ ହଜାର ୧୩୭ ଜଣ ବିଦେଶୀ ପର୍ଯ୍ୟଟକ କୋଣାର୍କ ଆସିଥିଲେ। ଏପରି କମି କମି ୨୦୧୭ରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ମାତ୍ର ୫ ହଜାର ୫୯୬ରେ ପହଞ୍ଚିଥିଲା।

୨୦୧୭ରେ ରାଜ୍ୟକୁ ୮୪ ହଜାରରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଥିଲେ। କୋଣାର୍କକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମୁଥିବାରୁ ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହୋଇଛି। ଏଥିପାଇଁ ଭିତ୍ତିଭୂମିର ଅଭାବ, ସ୍ୱଚ୍ଛତାର ଅଭାବ ଓ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟକୁ ଦାୟୀ କରାଯାଇଛି।

Ordigital Desk
• Published: Thursday, 27 September 2018
• Updated: 27 September 2018, 10:57 AM IST

Sports

Latest News

କୋଣାର୍କ(ଓଡ଼ିଶା ରିପୋର୍ଟର): ବିଶ୍ୱ ଐତିହ୍ୟ ପର୍ଯ୍ୟଟନ ସ୍ଥଳ କୋଣାର୍କରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୦ ବର୍ଷ ଭିତରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଅଧାରୁ ଅଧିକ କମିଗଲାଣି।

୨୦୧୭ରେ ସବୁଠାରୁ କମ୍ ୫,୫୯୬ ଜଣ ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ୨୦୦୦ ମସିହାରେ କୋଣାର୍କକୁ ସମୁଦାୟ ୧୪ ଲକ୍ଷ ପର୍ଯ୍ୟଟକ ଆସିଥିଲେ। ସେମାନଙ୍କ ମଧ୍ୟରୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୧୩ ହଜାରରୁ ଅଧିକ ଥିଲା।

ତେବେ କ୍ରମାଗତ ଭାବେ ବିଦେଶୀ ପର୍ଯ୍ୟଟଙ୍କ ସଂଖ୍ୟା କମିବାରେ ଲାଗିଛି। ୨୦୧୦-୧୧ରେ ସାଢ଼େ ୮ ହଜାର, ୨୦୧୧-୧୨ରେ ୯ ହଜାର ୧୩୭ ଜଣ ବିଦେଶୀ ପର୍ଯ୍ୟଟକ କୋଣାର୍କ ଆସିଥିଲେ। ଏପରି କମି କମି ୨୦୧୭ରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ମାତ୍ର ୫ ହଜାର ୫୯୬ରେ ପହଞ୍ଚିଥିଲା।

୨୦୧୭ରେ ରାଜ୍ୟକୁ ୮୪ ହଜାରରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଥିଲେ। କୋଣାର୍କକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମୁଥିବାରୁ ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହୋଇଛି। ଏଥିପାଇଁ ଭିତ୍ତିଭୂମିର ଅଭାବ, ସ୍ୱଚ୍ଛତାର ଅଭାବ ଓ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟକୁ ଦାୟୀ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos