ଫ୍ଲାଇଟ୍‌ରେ ଓଡ଼ିଶା ଆସୁଛି ବିଦେଶୀ ସୁନା; ୪ ମାସରେ ୫୦ ଲକ୍ଷରୁ ଅଧିକ ଟଙ୍କାର ଚୋରା ମାଲ୍‌ ଜବତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦର ଦେଇ ଦିନକୁ ଦିନ ବଢ଼ି ଚାଲିଛି ସୁନା ଓ ବିଦେଶୀ ମୁଦ୍ରା ଚୋରା ଚାଲାଣ। ଏଠାରୁ ଗତ ୪ ମାସ ଭିତରେ ୫୦ ଲକ୍ଷରୁ ଅଧିକ ଟଙ୍କାର ଚୋରା ସୁନା ଜବତ ହୋଇଛି। ତେବେ କ’ଣ ପାଇଁ ଭୁବନେଶ୍ୱର ବିମାନ ବନ୍ଦରକୁ ଗଳାବାଟ କରିବାକୁ ଚାହୁଁଛନ୍ତି ସୁନା ଚୋରା ବେପାରୀ?

୨୦୧୭ ନଭେମ୍ବର ୧୩ରେ ଭୁବନେଶ୍ୱର ଏୟାରପୋର୍ଟରୁ ଧରାପଡିଥିଲା ୩୩ ଖଣ୍ଡ ସୁନା। ୨୦୧୮ ମାର୍ଚ୍ଚ ୫ ତାରିଖରେ ଏୟାର ଏସିଆ ବିମାନରେ ଜଣେ ବ୍ୟକ୍ତିଙ୍କଠାରୁ ୪ ଖଣ୍ଡ ସୁନା ବିସ୍କୁଟ ଜବତ ହୋଇଥିଲା। ଆଉ ଗତକାଲି ଏୟାର ଇଣ୍ଡିଆ ଫ୍ଲାଇଟରେ ବ୍ୟାଙ୍କକରୁ ଭୁବନେଶ୍ୱର ଆସିଥିବା ବେଳେ ୪ଜଣ ବ୍ୟକ୍ତିଙ୍କଠାରୁ ମେଟାଲ କୋଟିଂ ଥିବା ୨୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବୈଦେଶିକ ସୁନା ଓ ବିଦେଶୀ ମୁଦ୍ରା ଜବତ କରାଯାଇଛି। ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ରୋକିବା ପାଇଁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଓ କଷ୍ଟମ ବିଭାଗ ପାଇଁ ଚାଲେଞ୍ଜ ହୋଇଛି।

ଦୁବାଇରୁ ମୁମ୍ବାଇ ଓ ଅହମ୍ମଦାବାଦକୁ ଚୋରା ସୁନା ଚାଲାଣର ରୁଟ୍ ରହିଛି। ସେହିପରି ଥାଇଲାଣ୍ଡରୁ ମିଆଁମାର ଓ ସେଠାରୁ ବିଭିନ୍ନ ରାସ୍ତାରେ ଭାରତକୁ ଚୋରାରେ ସୁନା ଆସୁଥିବା ସୂଚନା ମିଳିଛି। ଥାଇଲାଣ୍ଡରୁ ମାଲେସିଆ ଓ ମାଲେସିଆରୁ ଭୁବନେଶ୍ୱର ଦେଇ ସୁନା ଚାଲାଣ ହେଉଥିବା ଜଣାପଡିଛି। ଏପରିକି ବ୍ୟାଙ୍କକକୁ ସିଧା ଭୁବନେଶ୍ୱର ଦେଇ ମଧ୍ୟ ଚୋରା ସୁନା ଆସୁଛି।

Ordigital Desk
• Published: Monday, 12 March 2018
• Updated: 12 March 2018, 08:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିମାନବନ୍ଦର ଦେଇ ଦିନକୁ ଦିନ ବଢ଼ି ଚାଲିଛି ସୁନା ଓ ବିଦେଶୀ ମୁଦ୍ରା ଚୋରା ଚାଲାଣ। ଏଠାରୁ ଗତ ୪ ମାସ ଭିତରେ ୫୦ ଲକ୍ଷରୁ ଅଧିକ ଟଙ୍କାର ଚୋରା ସୁନା ଜବତ ହୋଇଛି। ତେବେ କ’ଣ ପାଇଁ ଭୁବନେଶ୍ୱର ବିମାନ ବନ୍ଦରକୁ ଗଳାବାଟ କରିବାକୁ ଚାହୁଁଛନ୍ତି ସୁନା ଚୋରା ବେପାରୀ?

୨୦୧୭ ନଭେମ୍ବର ୧୩ରେ ଭୁବନେଶ୍ୱର ଏୟାରପୋର୍ଟରୁ ଧରାପଡିଥିଲା ୩୩ ଖଣ୍ଡ ସୁନା। ୨୦୧୮ ମାର୍ଚ୍ଚ ୫ ତାରିଖରେ ଏୟାର ଏସିଆ ବିମାନରେ ଜଣେ ବ୍ୟକ୍ତିଙ୍କଠାରୁ ୪ ଖଣ୍ଡ ସୁନା ବିସ୍କୁଟ ଜବତ ହୋଇଥିଲା। ଆଉ ଗତକାଲି ଏୟାର ଇଣ୍ଡିଆ ଫ୍ଲାଇଟରେ ବ୍ୟାଙ୍କକରୁ ଭୁବନେଶ୍ୱର ଆସିଥିବା ବେଳେ ୪ଜଣ ବ୍ୟକ୍ତିଙ୍କଠାରୁ ମେଟାଲ କୋଟିଂ ଥିବା ୨୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବୈଦେଶିକ ସୁନା ଓ ବିଦେଶୀ ମୁଦ୍ରା ଜବତ କରାଯାଇଛି। ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ରୋକିବା ପାଇଁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଓ କଷ୍ଟମ ବିଭାଗ ପାଇଁ ଚାଲେଞ୍ଜ ହୋଇଛି।

ଦୁବାଇରୁ ମୁମ୍ବାଇ ଓ ଅହମ୍ମଦାବାଦକୁ ଚୋରା ସୁନା ଚାଲାଣର ରୁଟ୍ ରହିଛି। ସେହିପରି ଥାଇଲାଣ୍ଡରୁ ମିଆଁମାର ଓ ସେଠାରୁ ବିଭିନ୍ନ ରାସ୍ତାରେ ଭାରତକୁ ଚୋରାରେ ସୁନା ଆସୁଥିବା ସୂଚନା ମିଳିଛି। ଥାଇଲାଣ୍ଡରୁ ମାଲେସିଆ ଓ ମାଲେସିଆରୁ ଭୁବନେଶ୍ୱର ଦେଇ ସୁନା ଚାଲାଣ ହେଉଥିବା ଜଣାପଡିଛି। ଏପରିକି ବ୍ୟାଙ୍କକକୁ ସିଧା ଭୁବନେଶ୍ୱର ଦେଇ ମଧ୍ୟ ଚୋରା ସୁନା ଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos