କମିଲା ବିଦେଶୀ ମଦ ଓ ୱାଇନ୍ ଦର, ଖୋଲିବ ୧୦ଟି ପ୍ରିମିୟମ୍ ଠିପିବନ୍ଦ ମଦ ଦୋକାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଏପ୍ରିଲ ପହିଲାରୁ ସମଗ୍ର ରାଜ୍ୟରେ ନୂଆ ମଦ ଦର ଲାଗୁ ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟରେ ‘ଠିପିବନ୍ଦ ମଦ ଦୋକାନ’ ଓ ‘ଦେଶୀ ମଦ ଦୋକାନ’ ଖୋଲିବ ନାହିଁ । ତେବେ ପରୀକ୍ଷାମୂଳକ ଆରମ୍ଭ ହୋଇଥିବା ‘ପ୍ରିମିୟମ ଠିପି ବନ୍ଦ ମଦ ଦୋକାନ’କୁ ନେଇ ଲୋକଙ୍କ ମଧ୍ୟରେ ଅଧିକ ଉତ୍ସାହକୁ ଦୃଷ୍ଟିରେ ରଖି ଆଉ ୧୦ଟି ଏଭଳି ଦୋକାନ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏସବୁ ବ୍ୟତୀତ […]

wine

Ordigital Desk
  • Published: Friday, 01 April 2022
  • , Updated: 01 April 2022, 10:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଏପ୍ରିଲ ପହିଲାରୁ ସମଗ୍ର ରାଜ୍ୟରେ ନୂଆ ମଦ ଦର ଲାଗୁ ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟରେ ‘ଠିପିବନ୍ଦ ମଦ ଦୋକାନ’ ଓ ‘ଦେଶୀ ମଦ ଦୋକାନ’ ଖୋଲିବ ନାହିଁ । ତେବେ ପରୀକ୍ଷାମୂଳକ ଆରମ୍ଭ ହୋଇଥିବା ‘ପ୍ରିମିୟମ ଠିପି ବନ୍ଦ ମଦ ଦୋକାନ’କୁ ନେଇ ଲୋକଙ୍କ ମଧ୍ୟରେ ଅଧିକ ଉତ୍ସାହକୁ ଦୃଷ୍ଟିରେ ରଖି ଆଉ ୧୦ଟି ଏଭଳି ଦୋକାନ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏସବୁ ବ୍ୟତୀତ ପଡ଼ୋଶୀ ରାଜ୍ୟଗୁଡ଼ିକରେ ବିକ୍ରି ହେଉଥିବା ମଦ ଦର ସହ ରହିଥିବା ବିସଙ୍ଗତିକୁ ଦୂର କରିବାକୁ ଓଡ଼ିଶା ସରକାର ଉଚ୍ଚମାନର ବିଦେଶୀ ତିଆରି ବିଦେଶୀ ମଦ(ଏଫଏମଏଫଏଲ) ଓ ୱାଇନ୍ ଉପରକୁ ଅବକାରୀ ଶୁଳ୍କ ହ୍ରାସ କରିଛନ୍ତି । ତେବେ ବିୟର ଓ ଭାରତ ତିଆରି ବିଦେଶୀ ମଦ ଉପରେ ଅବକାରୀ ଶୁଳ୍କ ଅପରିବର୍ତ୍ତିତ ରହିଛି ।

ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଜାରି ୨୦୨୨-୨୩ ଆର୍ଥିକ ବର୍ଷର ‘ନୂଆ ଅବକାରୀ ନୀତି’ ରେ ଲାଇସେନ୍ସ ଫି’, ଏମଜିକ୍ୟୁ(ନିଶ୍ଚିତ ସର୍ବନିମ୍ନ ପରିମାଣ) ଓ ମଦ ତିଆରି ପାଇଁ ଆବେଦନ ଫି’ରେ ସାମାନ୍ୟ ବୃଦ୍ଧି ହୋଇଛି । ତେବେ ପଡ଼ୋଶୀ ରାଜ୍ୟ ଓ ଓଡ଼ିଶାରେ ବିକ୍ରି ହେଉଥିବା ମଦର ଦରରେ ରହିଥିବା ପାର୍ଥକ୍ୟକୁ ଦୂର କରିବା ତଥା ରାଜ୍ୟରେ ଭଲ ବିଦେଶୀ ବ୍ରାଣ୍ଡର ମଦର ବିକ୍ରିକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏଫଏମଏଫଏଲ୍ ଉପରେ ଅବକାରୀ ଶୁଳ୍କକୁ ପ୍ରାୟ ୧୫ରୁ ୨୦ ପ୍ରତିଶତ ହ୍ରାସ କରିଛନ୍ତି । ସେହିପରି ୱାଇନ୍ ଉପରେ ୧୦ରୁ ୧୫ ପ୍ରତିଶତ ଶୁଳ୍କ ହ୍ରାସ ହୋଇଥିବା ଜଣାପଡ଼ିଛି । ତେବେ ଭାରତ ତିଆରି ବିଦେଶୀ ମଦ(ଆଇଏମଏଫଏଲ) ଓ ବିୟର ଉପରେ ଅବକାରୀ ଶୁଳ୍କ ଅପରିବର୍ତ୍ତିତ ରହିଛି ।

ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ଭୁବନେଶ୍ୱର ଓ କଟକରେ ଆରମ୍ଭ ହୋଇଥିବା ‘ପ୍ରିମିୟମ ଠିପି ବନ୍ଦ ମଦ ଦୋକାନ’କୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ୨୦୨୨-୨୩ରେ ଏଭଳି ଆଉ ୧୦ଟି ପ୍ରିମିୟମ ଠିପିବନ୍ଦ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ଭୁବନେଶ୍ୱରରେ ୩ଟି, କଟକରେ ଗୋଟିଏ ଓ ଭୁବନେଶ୍ୱର ବିମାନ ବନ୍ଦର ପରିସରରେ ଗୋଟିଏ ପ୍ରିମିୟମ ଅଫ୍ ସପ୍ ରହିଛି । ୨୦୨୨-୨୩ରେ ଭୁବନେଶ୍ୱରରେ ଆଉ ୩ଟି ଏଭଳି ଦୋକାନ ଖୋଲିବାକୁ ନିଷ୍ପତ୍ତି ହୋଇଛି । ସେହିପରି ବ୍ରହ୍ମପୁର,ସମ୍ବଲପୁର ଓ ରାଉରକେଲା ସମେତ ବାଲୋଶ୍ୱର, ଝାରସୁୁଡ଼ା, ବଡ଼ବିଲ ଓ ଅନୁଗୁଳରେ ଗୋଟିଏ ଲେଖାଏଁ ପ୍ରିମିୟମ ଠିପିବନ୍ଦ ମଦ ଦୋକାନ ଖୋଲାଯିବ । ଏହି ଦୋକାନଗୁଡ଼ିକ ପାଇଁ କୌଣସି ଏମଜିକ୍ୟୁ ରହିବ ନାହିଁ । ଏହି ମଦଦୋକାନ ବିଭିନ୍ନ ସପିଂ ମଲ୍ ଓ ବ୍ୟବସାୟିକ ପେଣ୍ଠସ୍ଥଳୀରେ ଖୋଲିବା ନିମନ୍ତେ ପ୍ରୋତ୍ସାହିତ କରାଯିବ । ସର୍ବନିମ୍ନ ୭୫୦ ବର୍ଗଫୁଟ୍ ଅଂଚଳରେ ଏହି ଦୋକାନ ରହିବ ଓ ସବୁ ପ୍ରିମିୟମ ବ୍ରାଣ୍ଡର ସବୁ ପ୍ରକାରର ମଦ ସେଠାରେ ଉପଲବ୍ଧ ହେବ । ଏହି ଦୋକାନ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଓ ଏହାର ସାଜସଜ୍ଜା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଏହି ଦୋକାନର ୨୦ ପ୍ରତିଶତ ଅଂଚଳରେ ସିଗାର, ଲିକର ଚକୋଲେଟ୍‌, ଆଇସ ବାକ୍ସ, ଭଲ ବ୍ରାଣ୍ଡର ମଦ ପିଇବା ଗ୍ଲାସ, ଉଚ୍ଚମାନର ପେଣ୍ଟିଂ ଆଦି ମଧ୍ୟ ବିକ୍ରି ହେବ ।

ସ୍ୱଳ୍ପ ପରିମାଣର ଆଲକହଲ୍ ପାନୀୟକୁ ପ୍ରୋତ୍ସାହିତ କରିବା ପାଇଁ ମାଇକ୍ରୋବ୍ରିଓରୀ ନୀତିକୁ ପୁନଃସଂଶୋଧନ କରାଯାଇଛି । ଯେଉଁଠି ବିନା ରେଷ୍ଟୁରାଂଟରେ ବାର୍ (ଠିପି ଖୋଲା ଲାଇସେନ୍ସ) ରହିଛି ସେଥିପାଇଁ ସ୍ୱତନ୍ତ୍ର ଫି’ ନିର୍ଦ୍ଧାରଣ କରାଯିବ । ରାଜ୍ୟ ସରକାରଙ୍କ ଫାଇଭ-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ପରମିଟ୍ , ପାସ, ଲାଇସେନ୍ସ ଓ ପେମେଣ୍ଟ ଆଦି ପ୍ରକ୍ରିୟାକୁ ସ୍ୱୟଂଚାଳିତ କରାଯାଇଛି ।

ମହୁଆ ଫୁଲ ଉପଲବ୍ଧ ହେଉଥିବା ସ୍ଥାନରେ ହିଁ ଏହାର ବିକ୍ରି ପାଇଁ ଅନୁମତି ଦିଆଯିବ । ମହୁଆ ଫୁଲର ରପ୍ତାନୀ, ଆମଦାନୀ ଓ ପରିବହନ (ଓଏସ୍ ମ୍ୟାନୁଫାକଚରର) ପାଇଁ କ୍ୱିଣ୍ଟାଲ ପିଛା ଦରକୁ ବୃଦ୍ଧି କରାଯାଇଛି । ମହୁଆ ଫୁଲର ଉପଯୋଗ ଓ ଅନୁପଯୋଗ ଫି’ କ୍ୱିଣ୍ଟାଲ ପିଛା ୧୧୦୦ଟଙ୍କା ଥିବାବେଳେ ତାକୁ ୧୨୫୦ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ମହୁଆ ଫୁଲ୍ ପରିବହନ ଫି’ କ୍ୱିଣ୍ଟାଲ ପିଛା ୫୦ଟଙ୍କା ବଦଳରେ ୬୦ଟଙ୍କା କରାଯାଇଛି ।
ରାଜ୍ୟ ସରକାରଙ୍କ ଏହି ଅବକାରୀ ନୀତି ଆଧାରରେ ରାଜ୍ୟ ମଦ ନିଗମ ପକ୍ଷରୁ ୫୫ପୃଷ୍ଠାର ରେଟ୍ ଚାର୍ଟ ମଧ୍ୟ ଜାରି ହୋଇଛି । ଯାହାକି ୨୦୨୩ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଉଲ୍ଲେଖ ରହିଛି । ଯଦି ଏମ୍‌ଆର୍‌ପି ତୁଳନାରେ କେହି ଅଧିକ ଦାମ୍‌ରେ ମଦ ବିକ୍ରି କରୁଥିବା ପ୍ରମାଣ ମିଳିବ, ତା’ହେଲେ ସେମାନଙ୍କ ଲାଇସେନ୍ସ ନିଲମ୍ବନ କରାଯିବ।

Related story