ରାଜ୍ୟରେ ଏହି ସବୁ ସ୍ଥାନରେ ଖୋଲିବ ବିଦେଶ ପୋଷ୍ଟ ଅଫିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ଖୋଲିବ ବିଦେଶ ପୋଷ୍ଟ ଅଫିସ। ବିଦେଶରେ ରହୁଥିବା ସଂପର୍କୀୟଙ୍କ ପାଖକୁ ରାଜ୍ୟବାସୀ ଯେପରି ଶୀଘ୍ର ଓ ସହଜରେ ପାର୍ସଲ ପଠାଇ ପାରିବେ, ତାହାର ସୁବିଧା କରିବା ଲାଗି ଡାକ ବିଭାଗ ଏ ପଦକ୍ଷେପ ନେଇଛି। ପୂର୍ବରୁ ବିଦେଶକୁ ପାର୍ସଲ ପଠାଇବାକୁ ରାଜ୍ୟରେ ଡାକ ବିଭାଗର କୌଣସି ବ୍ୟବସ୍ଥା ନଥିଲା। ଏଠାରୁ ପାର୍ସଲଗୁଡ଼ିକ କୋଲକାତା ଯାଉଥିଲା। ସେଠାରେ ଥିବା ଫରେନ୍ ପୋଷ୍ଟ ଅଫିସରେ ସର୍ଟିଂ କରାଯାଇ ବିଦେଶ ପଠାଯାଉଥିଲା। ଏଣୁ ଏହି ସୁବିଧା ରାଜ୍ୟରେ ଉପଲବ୍ଧ […]

post

Tapaswini Nayak
  • Published: Tuesday, 11 June 2019
  • , Updated: 11 June 2019, 01:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ଖୋଲିବ ବିଦେଶ ପୋଷ୍ଟ ଅଫିସ। ବିଦେଶରେ ରହୁଥିବା ସଂପର୍କୀୟଙ୍କ ପାଖକୁ ରାଜ୍ୟବାସୀ ଯେପରି ଶୀଘ୍ର ଓ ସହଜରେ ପାର୍ସଲ ପଠାଇ ପାରିବେ, ତାହାର ସୁବିଧା କରିବା ଲାଗି ଡାକ ବିଭାଗ ଏ ପଦକ୍ଷେପ ନେଇଛି। ପୂର୍ବରୁ ବିଦେଶକୁ ପାର୍ସଲ ପଠାଇବାକୁ ରାଜ୍ୟରେ ଡାକ ବିଭାଗର କୌଣସି ବ୍ୟବସ୍ଥା ନଥିଲା। ଏଠାରୁ ପାର୍ସଲଗୁଡ଼ିକ କୋଲକାତା ଯାଉଥିଲା। ସେଠାରେ ଥିବା ଫରେନ୍ ପୋଷ୍ଟ ଅଫିସରେ ସର୍ଟିଂ କରାଯାଇ ବିଦେଶ ପଠାଯାଉଥିଲା। ଏଣୁ ଏହି ସୁବିଧା ରାଜ୍ୟରେ ଉପଲବ୍ଧ କରାଯିବ ବୋଲି ଓଡ଼ିଶା ଡାକ ମଣ୍ଡଳର ମହା ଡାକପାଳ ସନ୍ତୋଷ କାମିଲା କହିଛନ୍ତି।

ରାଜ୍ୟରେ କେବଳ ଭୁବନେଶ୍ୱରରେ ଜାତୀୟ ପାର୍ସଲ ହବ୍ ଥିବା ବେଳେ କଟକ, ଯାଜପୁର ରୋଡ଼, ବାଲେଶ୍ୱର, ସମ୍ବଲପୁର, ବଲାଙ୍ଗିର, ବ୍ରହ୍ମପୁର ଓ ଜୟପୁରରେ ୭ଟି ହବ୍ ନିର୍ମାଣ କରାଯିବ। ରାଉରକେଲା ଓ ରାୟଗଡ଼ାରେ ନୂଆ ଡିଭିଜନ ଗଠନ ସହ ରାଜ୍ୟରେ ପୋଷ୍ଟାଲ ଡିଭିଜନ ସଂଖ୍ୟା ୨୦ରେ ପହଞ୍ଚିଛି ବୋଲି ସେ କହିଛନ୍ତି ।

ଡାକ ସେବାକୁ ଅଧିକ ଲୋକାଭିମୁଖୀ କରିବା ଲାଗି ପାସପୋର୍ଟସେବା କେନ୍ଦ୍ର, ଆଧାର ପଞ୍ଜୀକରଣ ଓ ସଂଶୋଧନ ସହ ରେଳ ଟିକେଟ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ଜିପିଓ ସନ୍ତୋଷ କାମିଲା କହିଛନ୍ତି।

Related story