ଗଙ୍ଗାମାତା ସୁଡ଼ଙ୍ଗରେ ପଶିଲେ ବିଦେଶୀ ପର୍ଯ୍ୟଟକ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀର ୫ଶହ ବର୍ଷ ପୁରାତନ ଗଙ୍ଗାମାତା ମଠ ସୁଡଙ୍ଗ ଦେଇ ବିଦେଶୀମାନଙ୍କ ପ୍ରବେଶକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଏହି ସୁଡଙ୍ଗ ଏବେ ବିଦେଶୀମାନଙ୍କ ପାଇଁ ଦର୍ଶନୀୟ ସ୍ଥାନ ପାଲଟିଛି। ଏହି ସୁଡ଼ଙ୍ଗ ପୁରୁଣା ରାଜବାଟୀ ଓ ରତ୍ନବେଦୀଙ୍କୁ ସଂଯୋଗ କରୁଥିବା କିଛି ଐତିହାସିକ ପୂର୍ବରୁ ମତ ଦେଇଥିଲେ । ତେବେ ଏହି ସୁଡଙ୍ଗ ଦେଇ ବିଦେଶୀ ପର୍ଯ୍ୟଟକମାନେ ପ୍ରବେଶ କରୁଥିବାରୁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। କିଛି ବର୍ଷ ତଳେ […]

puri.jpg000

Tapaswini Nayak
  • Published: Saturday, 15 February 2020
  • , Updated: 15 February 2020, 10:01 AM IST

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀର ୫ଶହ ବର୍ଷ ପୁରାତନ ଗଙ୍ଗାମାତା ମଠ ସୁଡଙ୍ଗ ଦେଇ ବିଦେଶୀମାନଙ୍କ ପ୍ରବେଶକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଏହି ସୁଡଙ୍ଗ ଏବେ ବିଦେଶୀମାନଙ୍କ ପାଇଁ ଦର୍ଶନୀୟ ସ୍ଥାନ ପାଲଟିଛି। ଏହି ସୁଡ଼ଙ୍ଗ ପୁରୁଣା ରାଜବାଟୀ ଓ ରତ୍ନବେଦୀଙ୍କୁ ସଂଯୋଗ କରୁଥିବା କିଛି ଐତିହାସିକ ପୂର୍ବରୁ ମତ ଦେଇଥିଲେ ।

ତେବେ ଏହି ସୁଡଙ୍ଗ ଦେଇ ବିଦେଶୀ ପର୍ଯ୍ୟଟକମାନେ ପ୍ରବେଶ କରୁଥିବାରୁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। କିଛି ବର୍ଷ ତଳେ ଏଏସଆଇ କର୍ତ୍ତୃପକ୍ଷ ଓ ଐତିହାସିକମାନେ ଏହି ସୁଡଙ୍ଗ ଅନୁଧ୍ୟାନ କରିଥିଲେ। ଏହି ସୁଡ଼ଙ୍ଗର କିଛି ବାଟ ପରେ ରାସ୍ତା ବନ୍ଦ ହୋଇଯାଇଛି।

Related story