ଛୁଆ ସୁସ୍ଥ ହେବା ପରେ ଦଂଶିଥିବା ନାଗ ପାଇଲା ମୁକ୍ତି

ଯାଜପୁର(ଅଭୟ ପତି): ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା କୁନି ପୁଅର ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ଘଟୁଛି। ଏହି ଖବର ପାଇବା ପରେ ପରିବାର ଲୋକ ଦଂଶିଥିବା ନାଗ ସାପକୁ ବନ୍ଦୀ ଜୀବନରୁ ମୁକ୍ତି ଦେଇଛନ୍ତି। ଆଜି ବନ ବିଭାଗ ନାଗ ସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଛନ୍ତି। ଏପରି ଘଟଣା ଯାଜପୁର ଜିଲ୍ଲାରେ ଘଟିଛି। ପୂରା ଘଟଣାଟି ଏମିତି। ଆଜକୁ ତିନି ଦିନ ତଳେ ମାନଗୋବିନ୍ଦପୁର ଗାଁର ମାମିନା ନାୟକଙ୍କ ତିନି ବର୍ଷର ପୁଅ ଖେଳୁଥିଲା। ଏହି […]

Jajpur

Jajpur

Manoranjan Sial
  • Published: Saturday, 09 October 2021
  • Updated: 09 October 2021, 05:48 PM IST

Sports

Latest News

ଯାଜପୁର(ଅଭୟ ପତି): ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା କୁନି ପୁଅର ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ଘଟୁଛି। ଏହି ଖବର ପାଇବା ପରେ ପରିବାର ଲୋକ ଦଂଶିଥିବା ନାଗ ସାପକୁ ବନ୍ଦୀ ଜୀବନରୁ ମୁକ୍ତି ଦେଇଛନ୍ତି। ଆଜି ବନ ବିଭାଗ ନାଗ ସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଛନ୍ତି। ଏପରି ଘଟଣା ଯାଜପୁର ଜିଲ୍ଲାରେ ଘଟିଛି।

ପୂରା ଘଟଣାଟି ଏମିତି। ଆଜକୁ ତିନି ଦିନ ତଳେ ମାନଗୋବିନ୍ଦପୁର ଗାଁର ମାମିନା ନାୟକଙ୍କ ତିନି ବର୍ଷର ପୁଅ ଖେଳୁଥିଲା। ଏହି ସମୟରେ ଗୋଟିଏ କଳା ନାଗ ସାପ ତାକୁ ଦଂଶି ଥିଲା। ଯାହାଫଳରେ କୁନି ପୁଅ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲା। ପରିବାର ଲୋକେ ତାକୁ ପ୍ରଥମେ ଦାନଗଦି ଓ ପରେ ଯାଜପୁର ଟାଉନ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ସେଠାରେ ତା’ର ଚିକିତ୍ସା ଚାଲିଛି।

ସେପଟେ ଶୁଶୁପୁତ୍ରକୁ ଦଂଶନ କରିଥିବା ନାଗ ସାପ ଏବେ ବନ୍ଦୀ ଜୀବନ କାଟୁଛି। ଶିଶୁର ଦାଦା ସାପଟିକୁ ଧରି ଏକ ଡ୍ରମ ଭିତରେ ରଖିଥିଲେ। ନାଗସାପ ବନ୍ଦୀ ଥିବା ଜାଣିପାରି ଶୁକ୍ରବାର ଅପରାହ୍ନରେ ବନବିଭାଗ ଉଦ୍ଧାର କରିବାକୁ ଯାଇଥିଲା। କିନ୍ତୁ ପରିବାର ଲୋକ ଓ ଗାଁ ଲୋକେ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଛୁଆ ମେଡ଼ିକାଲ୍‌ରୁ ଭଲ ହୋଇ ଫେରିଲେ, ସାପକୁ ଛାଡ଼ିବୁ ବୋଲି କହିଥିଲେ। ଯାହାଫଳରେ ଖାଲି ହାତରେ ଫେରିଥିଲା ବନ ବିଭାଗ।

ଶିଶୁ ମେଡ଼ିକାଲ୍‌ରେ ଭର୍ତ୍ତି ହେବା ଓ ନାଗ ଡ୍ରମ୍‌ରେ ବନ୍ଦୀ ରହିବା ଭିତରେ ଗାଁରେ ଜଣେ ମହିଳାଙ୍କ ଦେହରେ ଲାଗିଥିଲା କାଳିସି। ଆଉ କାଳିସି ଲାଗିଥିବା ମହିଳା ଜଣକ ନିଜକୁ ନାଗସାପ ବୋଲି କହିଥିଲେ। ଛୁଆ ଭଲ ହୋଇ ଫେରିବା ପରେ ଛଡ଼ା ଯିବ ବୋଲି କହୁଥିଲେ ମହିଳା ଜଣକ। ଏହି ଅନ୍ଧବିଶ୍ୱାସର ଫାଇଦା ଉଠାଇବାକୁ ଯାଇ ଗାଁ ମନ୍ଦିର ପୂଜକ ଜଳୁଥିବା ନିଆଁରେ ଘିଅ ଢାଳିଥିଲେ। ଛୁଆ ମେଡ଼ିକାଲରୁ ଭଲହୋଇ ନଫେରିବା ପର୍ଯ୍ୟନ୍ତ ସାପକୁ ଦିଆଯିବ ନାହିଁ ବୋଲି କହିଥିଲେ। ଫଳରେ ତିନିଦିନ ଧରି ସାପଟି ଡ୍ରମ୍‌ ଭିତରେ ବନ୍ଦୀ ଜୀବନ କାଟୁଥିଲା।

ଆଜି ଯାଜପୁର ରୋଡ୍‌ ବନବିଭାଗ କର୍ମଚାରୀ ଗାଁରେ ପହଞ୍ଚି ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିଲେ। ବର୍ତ୍ତମାନ ଶିଶୁଟିର ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos