ଲକ୍ଷାଧିକ ଟଙ୍କାର ଶାଳ କାଠ, ଡ୍ରାଇଭର ଗିରଫ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅନ୍ତର୍ଗତ ଭୁବନ ଅନଳ ଗାଁ ନିକଟରୁ ଆଜି ଲକ୍ଷାଧିକ ଟଙ୍କାର ଶାଳ କାଠ ଭର୍ତ୍ତି ଟ୍ରକ ଜବତ ହୋଇଛି। ଏଥିସହ ଟ୍ରକ୍‌ ଚାଳକକୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। କାମାକ୍ଷାନଗର ଅଞ୍ଚଳରେ ଶାଳ କାଠ ଚାଲାଣ ହେଉଥିବା ସମ୍ପର୍କରେ ଖବର ପାଇ ଆଜି ପୂର୍ବାଞ୍ଚଳ ରେଞ୍ଜର ସତ୍ୟନାରାୟଣ ସାହୁଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ଚଢ଼ଉ କରିଥିଲେ। ବନ କର୍ମଚାରୀଙ୍କୁ ଦେଖି ଟ୍ରକ୍‌ […]

ajay

ajay

Manoranjan Sial
  • Published: Tuesday, 10 November 2020
  • Updated: 10 November 2020, 06:00 PM IST

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅନ୍ତର୍ଗତ ଭୁବନ ଅନଳ ଗାଁ ନିକଟରୁ ଆଜି ଲକ୍ଷାଧିକ ଟଙ୍କାର ଶାଳ କାଠ ଭର୍ତ୍ତି ଟ୍ରକ ଜବତ ହୋଇଛି। ଏଥିସହ ଟ୍ରକ୍‌ ଚାଳକକୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।

କାମାକ୍ଷାନଗର ଅଞ୍ଚଳରେ ଶାଳ କାଠ ଚାଲାଣ ହେଉଥିବା ସମ୍ପର୍କରେ ଖବର ପାଇ ଆଜି ପୂର୍ବାଞ୍ଚଳ ରେଞ୍ଜର ସତ୍ୟନାରାୟଣ ସାହୁଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ଚଢ଼ଉ କରିଥିଲେ। ବନ କର୍ମଚାରୀଙ୍କୁ ଦେଖି ଟ୍ରକ୍‌ ଚାଳକ ଦ୍ରୁତ ଗତିରେ ପଳାଇବାକୁ ଉଦ୍ୟମ କରୁଥିଲେ। ତେବେ ବନ କର୍ମଚାରୀମାନେ ପିଛା କରି ଶାଳ କାଠ ବୋଝେଇ ଟ୍ରକଟିକୁ ଭୁବନ ଅନଳ ଗାଁ ନିକଟରୁ ଧରିଥିଲେ। ଏହି ଘଟଣାରେ ଟ୍ରକ୍‌ ଚାଳକ ଗଁନ୍ଦିଆ ଥାନା ମନ୍ଦାର ଗାଁର ଅଜୟ ତରାଇଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ କୋଭିଡ୍‌ ଟେଷ୍ଟ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜର ସତ୍ୟନାରାୟଣ ସାହୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos