କୁମ୍ଭୀର ଦେହରେ ଲାଗିବ ଆଣ୍ଟିନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନଦୀରେ କେଉଁଠି ରହୁଛନ୍ତି କୁମ୍ଭୀର? କୁଆଡ଼େ ଯାଉଛନ୍ତି? କେଉଁଠି କରୁଛନ୍ତି ଚଳପ୍ରଚଳ ? ସେମାନଙ୍କ ଗିତିବିଧି ବାବଦରେ ଜାଣିବା ପାଇଁ ବନବିଭାଗ ହାଇଟେକ ଉପାୟ ଅବଲମ୍ବନ କରିବ। ଏଥିପାଇଁ ଟେକ୍ନୋଲୋଜିର ସହାୟତା ନେବ ବନ ବିଭାଗ। ତେଣୁ ପ୍ରଥମ ଥର ପାଇଁ ବନ ବିଭାଗ କୁମ୍ଭୀର ଟ୍ରାକିଂ କରିବ। ତେଣୁ କୁମ୍ଭୀର ଦେହରେ ଆଣ୍ଟିନା ଖଞ୍ଜାଯିବ। ଏନେଇ ଚିଫ୍ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନ ଅଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ତେଣୁ ସାତକୋଶିଆ ଟିକରପଡ଼ା ଗଣ୍ଡରେ […]

cocodile

Jyoshna Pradhan
  • Published: Thursday, 06 June 2019
  • , Updated: 06 June 2019, 02:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନଦୀରେ କେଉଁଠି ରହୁଛନ୍ତି କୁମ୍ଭୀର? କୁଆଡ଼େ ଯାଉଛନ୍ତି? କେଉଁଠି କରୁଛନ୍ତି ଚଳପ୍ରଚଳ ? ସେମାନଙ୍କ ଗିତିବିଧି ବାବଦରେ ଜାଣିବା ପାଇଁ ବନବିଭାଗ ହାଇଟେକ ଉପାୟ ଅବଲମ୍ବନ କରିବ। ଏଥିପାଇଁ ଟେକ୍ନୋଲୋଜିର ସହାୟତା ନେବ ବନ ବିଭାଗ। ତେଣୁ ପ୍ରଥମ ଥର ପାଇଁ ବନ ବିଭାଗ କୁମ୍ଭୀର ଟ୍ରାକିଂ କରିବ।

ତେଣୁ କୁମ୍ଭୀର ଦେହରେ ଆଣ୍ଟିନା ଖଞ୍ଜାଯିବ। ଏନେଇ ଚିଫ୍ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନ ଅଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ତେଣୁ ସାତକୋଶିଆ ଟିକରପଡ଼ା ଗଣ୍ଡରେ ଘଡ଼ିଆଳ କୁମ୍ଭୀରଙ୍କୁ ରେଡିଓ କଲାର ଲଗାଯାଇ ଛଡ଼ାଯିବ। ଚଳିତ ମାସରୁ କୁମ୍ଭୀରଙ୍କୁ ରେଡିଓ କଲାର ଲଗାଯାଇ ଛଡ଼ାଯିବାକୁ ଯୋଜନା କରାଯାଉଛି। ଏଥିଯୋଗୁ ପ୍ରାୟ ସାତ ଶହ କୁମ୍ଭୀରଙ୍କୁ ଚିହ୍ନଟ କରାଯାଇଛି। ତେବେ ପୂର୍ବରୁ ଛଡ଼ାଯାଇଥିବା କୁମ୍ଭୀର କୁଆଡ଼େ ଗଲେ ଜଣାପଡୁନ ଥିବା ଚିଫ୍ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନ କହିଛନ୍ତି। ତେଣୁ ନୂଆ କରି ଚହ୍ନଟ କରାଯାଇଥିବା କୁମ୍ଭୀର ଗୁଡ଼ିକରେ ରେଡିଓ କଲାର ଲଗାଯିବ ବୋଲି ସେ କହିଛନ୍ତି।

Related story