ଗାଁରେ ଚାଲିଥିଲା ଡିଲ୍, ମାଡି ବସିଲା ବନ ବିଭାଗ

ଦେବଗଡ଼(ସିର୍ଦ୍ଧାଥ ଗୁରୁ):  ଗାଁ ନିକଟରେ ଚାଲିଥିଲା କଲରାପତରିଆ ବାଘଛାଲ ବିକ୍ରି ପାଇଁ ଡିଲ୍‌। ଏ ସମ୍ପର୍କରେ ଜାଣିପାରି ଦେବଗଡ଼ ବନ ବିଭାଗ ଚଢ଼ଉ କରି ବାଘ ଛାଲକୁ ଜବତ କରିଛି। ଏଥିସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କୁଣ୍ଢେଇଗୋଳା ଥାନା କୁସକଲିଆ ଗାଁର ୫୫ ବର୍ଷୀୟ ପ୍ରହଲ୍ଲାଦ ପରିଡା ଓ ତାଙ୍କ ସାଥୀ  ପାଣ୍ଡବ ହୋତା। ପାଣ୍ଡବର ଘର ସିମିଳିହତାରେ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ଦେବଗଡ ବନଖଣ୍ଡ ରିଆମାଳ […]

Arrested

Tapaswini Nayak
  • Published: Thursday, 11 November 2021
  • , Updated: 11 November 2021, 11:14 AM IST

ଦେବଗଡ଼(ସିର୍ଦ୍ଧାଥ ଗୁରୁ):  ଗାଁ ନିକଟରେ ଚାଲିଥିଲା କଲରାପତରିଆ ବାଘଛାଲ ବିକ୍ରି ପାଇଁ ଡିଲ୍‌। ଏ ସମ୍ପର୍କରେ ଜାଣିପାରି ଦେବଗଡ଼ ବନ ବିଭାଗ ଚଢ଼ଉ କରି ବାଘ ଛାଲକୁ ଜବତ କରିଛି। ଏଥିସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କୁଣ୍ଢେଇଗୋଳା ଥାନା କୁସକଲିଆ ଗାଁର ୫୫ ବର୍ଷୀୟ ପ୍ରହଲ୍ଲାଦ ପରିଡା ଓ ତାଙ୍କ ସାଥୀ  ପାଣ୍ଡବ ହୋତା। ପାଣ୍ଡବର ଘର ସିମିଳିହତାରେ ବୋଲି ଜଣାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଦେବଗଡ ବନଖଣ୍ଡ ରିଆମାଳ ଫରେଷ୍ଟରେଞ୍ଜ ବ୍ରାହ୍ମଣିପାଲ ଗାଁ ନିକଟରେ ଗତକାଲି ଅପରାହ୍ନରେ ପ୍ରହଲ୍ଲାଦ ଓ ପାଣ୍ଡବଙ୍କ ମଧ୍ୟରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିଲା। ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ବ୍ରାହ୍ମଣିପାଲ ଗାଁରେ ଚଢ଼ାଉ କରି ପ୍ରହଲ୍ଲାଦକୁ ଗିରଫ କରିଥିଲା ଓ କଲରାପତରିଆ ବାଘ ଛାଲ ଜବତ କରିଥିଲା। ହେଲେ ପାଣ୍ଡବ ବନବିଭାଗକୁ ଚକମା ଦେଇ ଖସି ପଳାଇଥିଲା।  ବନ ବିଭାଗ ପାଣ୍ଡବକୁ ଧରିବାକୁ ଯୋଜନା କରିଥିଲା। ଏହାପରେ ବିଳମ୍ବିତ ରାତିରେ ସିମିଳିହତା ଗାଁରେ ଚଢ଼ାଉ କରି ପାଣ୍ଡବକୁ ଗିରଫ କରିଥିଲା।

[caption id="attachment_690882" align="aligncenter" width="650"] କଲରାପତରିଆ ବାଘ ଛାଲ ଜବତ[/caption]

ବାଘଛାଲ ବେପାରୀଙ୍କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ବାଘଛାଲ ବିକ୍ରିରେ ‌ଆଉ କାହାର ସଂପୃକ୍ତି ରହିଛି ସେ ନେଇ ତଦନ୍ତ ଚାଲିଥିବା ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।

Related story