ଡ୍ୟୁଟି ସାରି ଫେରୁଥିଲେ ବନ କର୍ମଚାରୀ, ଘଟିଲା ଦୁର୍ଘଟଣା

ବାରିପଦା(ମାଣିକ ଲାଲ ପାଣି): ଗାଁମୁହାଁ ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଯାଇ ବିଳମ୍ବିତ ରାତିରେ ଫେରୁଥିବା ବନ ବିଭାଗର ଏକ ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଗାଡ଼ିଟି ୧୦ ଫୁଟ ତଳକୁ ଖସି ପଡ଼ିବାରୁ ୨ ବନ ବିଭାଗ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ଓ ୪ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ତଥା ଥାନା ଅଧୀନ ମସିଣାକାଟି କେନାଲ […]

accident

accident

Niharika Rout
  • Published: Saturday, 02 July 2022
  • Updated: 02 July 2022, 10:29 AM IST

Sports

Latest News

ବାରିପଦା(ମାଣିକ ଲାଲ ପାଣି): ଗାଁମୁହାଁ ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଯାଇ ବିଳମ୍ବିତ ରାତିରେ ଫେରୁଥିବା ବନ ବିଭାଗର ଏକ ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଗାଡ଼ିଟି ୧୦ ଫୁଟ ତଳକୁ ଖସି ପଡ଼ିବାରୁ ୨ ବନ ବିଭାଗ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ଓ ୪ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ତଥା ଥାନା ଅଧୀନ ମସିଣାକାଟି କେନାଲ ନିକଟରେ ଘଟିଛି।

ଗୁରୁତରଦ୍ୱୟ ହେଲେ ବେତନଟୀ ରେଞ୍ଜ କୃଷ୍ଣଚନ୍ଦ୍ରପୁର ସେକ୍ସନର ବନରକ୍ଷୀ ରାଇଦନ ସିଂ ଏବଂ ଉଦଳା ଅଞ୍ଚଳର ପାରା ବନକର୍ମଚାରୀ ସାମଲ ସିଂ । ସେମାନଙ୍କ ବାଦ ଉଦଳା ଅଞ୍ଚଳର ବନପାଳ ବିଦ୍ୟାଧର ପୃଷ୍ଟିଙ୍କ ସମେତ ଚାଳକ ଏବଂ ଅନ୍ୟାନ୍ୟ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି।

ଦୁଇଟି ହାତୀ ବେତନଟୀ ରେଞ୍ଜ ଅଧୀନ ମସିଣାକାଟି ଗାଁମୁହାଁ ହେଉଥିବା ଖବର ପାଇ ବନବିଭାଗର ଏକ ଟିମ୍‌ ଉକ୍ତ ଅଞ୍ଚଳରେ ପେଟ୍ରୋଲିଂ କରୁଥିଲା । ବନ ବିଭାଗ ଟିମ୍‌ ହାତୀଙ୍କ ଗତିବିଧି ଉପରେ ନଜର ରଖୁଥିବା ସହ ଲୋକଙ୍କୁ ସଚେତନ କରୁଥିଲା।

ଏହାପରେ ବିଳମ୍ବିତ ରାତି ପ୍ରାୟ ୩ଟାରେ ପ୍ରାୟ ୧୦ ବନ କର୍ମଚାରୀ ଏକ ଜିପ୍‌ ଯୋଗେ ବେତନଟୀ ଅଭିମୁଖେ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଡ୍ରାଇଭରଙ୍କ ଆଖି ଲାଖିଯିବାରୁ ଗାଡ଼ିଟି ମସିଣାକାଟି କେନାଲ ନିକଟରେ ୧୦ ଫୁଟ  ତଳକୁ ଖସି ପଡ଼ିଥିଲା।  ସମସ୍ତଙ୍କୁ ଉଦ୍ଧାର କରି  ବାରିପଦାସ୍ଥିତ ପିଆରଏମ୍‌ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।  ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story