ବନ ବିଭାଗ ପଠାଉଛି ମେସେଜ- ସାବଧାନ ହୋଇଯାଆନ୍ତୁ, ବୁଲୁଛି ହାତୀ

କେନ୍ଦୁଝର(ପ୍ରଣୟ ପାଣି): ‘ସାବଧାନ ହୋଇଯାଆନ୍ତୁ, ଆପଣଙ୍କ ଗାଁ ପାଖରେ ହାତୀ ବୁଲୁଛି। ଆବଶ୍ୟକ ନ ଥିଲେ ଘରୁ ବାହାରନ୍ତୁ ନାହିଁ। ଅତ୍ୟାବଶ୍ୟକ ସ୍ଥଳରେ ଦଳ ହୋଇ ଯାଆନ୍ତୁ। ସନ୍ଧ୍ୟା ହୋଇଥିଲେ ହାତରେ ଲାଇଟ୍‌ ଧରି ଯିବାକୁ ଭୁଲନ୍ତୁ ନାହିଁ।’ କିଛି ଦିନ ହେବ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଗାଁରେ ଏପରି ସତର୍କ ସୂଚନା ଶୁଣିବାକୁ ମିଳୁଛି। ହାତୀଙ୍କ କବଳରୁ ମଣିଷଙ୍କୁ ରକ୍ଷା କରିବାକୁ କେନ୍ଦୁଝର ବନ ବିଭାଗ ଆରମ୍ଭ କରିଛି ଏପରି ଅଭିନବ ପଦକ୍ଷେପ । ଖାଦ୍ୟ […]

Elephant

Elephant

Niharika Rout
  • Published: Saturday, 17 September 2022
  • Updated: 17 September 2022, 08:50 AM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): ‘ସାବଧାନ ହୋଇଯାଆନ୍ତୁ, ଆପଣଙ୍କ ଗାଁ ପାଖରେ ହାତୀ ବୁଲୁଛି। ଆବଶ୍ୟକ ନ ଥିଲେ ଘରୁ ବାହାରନ୍ତୁ ନାହିଁ। ଅତ୍ୟାବଶ୍ୟକ ସ୍ଥଳରେ ଦଳ ହୋଇ ଯାଆନ୍ତୁ। ସନ୍ଧ୍ୟା ହୋଇଥିଲେ ହାତରେ ଲାଇଟ୍‌ ଧରି ଯିବାକୁ ଭୁଲନ୍ତୁ ନାହିଁ।’ କିଛି ଦିନ ହେବ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଗାଁରେ ଏପରି ସତର୍କ ସୂଚନା ଶୁଣିବାକୁ ମିଳୁଛି। ହାତୀଙ୍କ କବଳରୁ ମଣିଷଙ୍କୁ ରକ୍ଷା କରିବାକୁ କେନ୍ଦୁଝର ବନ ବିଭାଗ ଆରମ୍ଭ କରିଛି ଏପରି ଅଭିନବ ପଦକ୍ଷେପ ।

ଖାଦ୍ୟ ଅନ୍ୱେଷଣରେ ଗାଁମୁହାଁ ହେଉଥିବା ହାତୀ ପଲଙ୍କ ଯୋଗୁ ଅନେକ ସମୟରେ ମୃତ୍ୟୁମୁଖରେ ପଡ଼ୁଛି ମଣିଷ। ବର୍ଷ ବର୍ଷ ଧରି ଚାଲିଥିବା ହାତୀ-ମଣିଷ ଲଢ଼େଇରେ ଉଭୟ ପକ୍ଷ କ୍ଷତିଗ୍ରସ୍ତ ହେଉଛନ୍ତି। ହେଲେ ଆଗକୁ ଏପରି ସ୍ଥିତି ଉପୁଜିବ ନାହିଁ। କାରଣ ହାତୀ ଏବଂ ମଣିଷର ସୁରକ୍ଷା ପାଇଁ କେନ୍ଦୁଝର ବନ ବିଭାଗ ଆରମ୍ଭ କରିଛି ଅଭିନବ ବ୍ୟବସ୍ଥା।

ଏଣିକି ହାତୀଙ୍କ ସ୍ଥିତି ନେଇ ମାଇକ୍‌ରେ ପ୍ରଚାର ବାଦ ଭଏସ ଏବଂ ଟେକ୍ସଟ ମେସେଜ ମାଧ୍ୟମରେ ମଦ୍ୟ ସାଧାରଣ ଲୋକଙ୍କୁ ସୂଚନା ଦେବ ବନବିଭାଗ । ଫଳରେ ସେମାନେ ଆଗୁଆ ସତର୍କ ହୋଇ ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳ ଦେଇ ଗତି କରିବେ ନାହିଁ।

ସୂଚନା ଅନୁଯାୟୀ, କେନ୍ଦୁଝର ବନଖଣ୍ଡର ବିଭିନ୍ନ ରେଞ୍ଜରେ ବର୍ତ୍ତମାନ ୧୩୭ଟି ହାତୀ ଅଛନ୍ତି । ହାତୀ ଓ ମଣିଷ ଉଭୟଙ୍କ ସୁରକ୍ଷା ପାଇଁ ହାତୀ ଥିବା ଅଞ୍ଚଳରେ ବନ ବିଭାଗ ଆରମ୍ଭ କରିଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା। ଯେଉଁ ଅଞ୍ଚଳରେ ହାତୀ ଚଳପ୍ରଚଳ କରୁଛନ୍ତି, ପ୍ରଥମେ ଉକ୍ତ ଅଞ୍ଚଳରେ ମାଇକ୍‌ ଯୋଗେ ପ୍ରଚାର କରି ଲୋକଙ୍କୁ ସତର୍କ କରାଇବେ ବନ କର୍ମଚାରୀ।  ଏହାପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମୋବାଇଲକୁ ଟେକ୍ସଟ ଓ ଭଏସ ମେସେଜ ପଠାଯିବ ।

ଏଣିକି ହାତୀ ଚଳପ୍ରଚଳ ଅଞ୍ଚଳର ପ୍ରାୟ ୫ ହଜାର ଫୋନ ନମ୍ବରକୁ ବନ ବିଭାଗ ପକ୍ଷରୁ ମେସେଜ ଯିବ । ଫଳରେ ହାତୀ ଗତିବିଧି ସମ୍ପର୍କରେ ଲୋକେ ସୂଚନା ପାଇ ସତର୍କ ରହି ପାରିବେ।

ପୂର୍ବରୁ ଆଗୁଆ ସୂଚନା ମିଳୁନଥିବାରୁ ଧନ ଜୀବନହାନୀର ଆଶଙ୍କା ରହୁଥିଲା  ।  କାରଣ ବିଭିନ୍ନ ସମୟରେ ଗୋଟିକିଆ ଦନ୍ତା ବନ ବିଭାଗକୁ ଚକମା ଦେଇ ଗାଁ ଓ ସହରକୁ ପଶି ଆସି ଧନ ଜୀବନ ନଷ୍ଟ କରୁଥିଲା ।  ନିଜ ନିଜ ଗାଁରେ ହାତୀ ଉପସ୍ଥିତିର ସୂଚନା ମଧ୍ୟ ସାଧାରଣ ଲୋକେ 6370592099 ନମ୍ବରରେ ଦେଲେ ବନ ବିଭାଗ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ପାରିବ ବୋଲି କେନ୍ଦୁଝର ଡିଏଫଓ ସୂଚନା ଦେଇଛନ୍ତି  ।

ଏନେଇ ସେ କହିଛନ୍ତି, , ମାଇକରେ ପ୍ରଚାର କରାଗଲେ ବହୁ ଲୋକ ଜାଣିପାରୁ ନାହାନ୍ତି। ତେଣୁ ୫ ହଜାର ଲୋକଙ୍କ ମୋବାଇଲକୁ ଟେକ୍ସ ମେସେଜ ପଠାଯାଉଛି। ଯଦି ମୋବାଇଲ ସୁଇଚ ଅଫ୍‌ ହୋଇଗଲା, ନେଟୱର୍କ ଆସିଲାନି, ଏପରି କ୍ଷେତ୍ରରେ ଭଏସ ମେସେଜ ବି ପଠାଯାଉଛି। ଏହାଦ୍ୱାରା ସମସ୍ତ ଲୋକ ହାତୀଙ୍କ ସ୍ଥିତି ଜାଣି ନିଜ ସୁରକ୍ଷା କରିପାରିବେ।

ହାତୀପଲ ଯୋଗୁ ଅତିଷ୍ଠ ହୋଇପଡ଼ୁଥିବା ଗ୍ରାମବାସୀ ବନ ବିଭାଗର ଏପରି ପଦକ୍ଷେପ ଯୋଗୁ ବେଶ୍‌ ଖୁସି ଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story