‘ପୁଷ୍ପା’ ଷ୍ଟାଇଲ୍‌ରେ ରଖିଥିଲେ କାଠ, ଯାଞ୍ଚ କରିବାରୁ ଫରେଷ୍ଟରଙ୍କୁ ଛେଚିଲେ

ବିନିକା(ଓଡ଼ିଶା ରିପୋର୍ଟର): ଫିଲ୍ମ ‘ପୁଷ୍ପା’ ଷ୍ଟାଇଲରେ କାଠ ଲୁଚାଇଥିଲେ ମାଫିଆ। ଯାଞ୍ଚ କରିବାରୁ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ପ୍ରବଳ ଛେଚିଲେ ମାଫିଆ। ଆକ୍ରମଣରେ ଫରେଷ୍ଟର ଗୁରୁତର ଓ ପାଞ୍ଚଜଣ ଫରେଷ୍ଟ ଗାର୍ଡ ଆହତ। ଆଜି ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ଅଧୀନ ସାହାଜବାହାଲ ଗାଁରେ ଏହି ଘଟଣା ଘଟିଛି। ସୂଚନା ମୁତାବକ, ନିକଟସ୍ଥ ଜଙ୍ଗଲରୁ ବେଆଇନ ଭାବେ ଶାଗୁଆନ ଗଛ କାଟି ‘ପୁଷ୍ପା’ ଷ୍ଟାଇଲରେ କେନାଲ ପାଣି ଭିତରେ ଲୁଚାଇ ରଖିଥିଲେ କାଠ […]

forester

  • Published: Monday, 03 October 2022
  • , Updated: 03 October 2022, 10:08 PM IST

ବିନିକା(ଓଡ଼ିଶା ରିପୋର୍ଟର): ଫିଲ୍ମ ‘ପୁଷ୍ପା’ ଷ୍ଟାଇଲରେ କାଠ ଲୁଚାଇଥିଲେ ମାଫିଆ। ଯାଞ୍ଚ କରିବାରୁ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ପ୍ରବଳ ଛେଚିଲେ ମାଫିଆ। ଆକ୍ରମଣରେ ଫରେଷ୍ଟର ଗୁରୁତର ଓ ପାଞ୍ଚଜଣ ଫରେଷ୍ଟ ଗାର୍ଡ ଆହତ। ଆଜି ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ଅଧୀନ ସାହାଜବାହାଲ ଗାଁରେ ଏହି ଘଟଣା ଘଟିଛି।

ସୂଚନା ମୁତାବକ, ନିକଟସ୍ଥ ଜଙ୍ଗଲରୁ ବେଆଇନ ଭାବେ ଶାଗୁଆନ ଗଛ କାଟି ‘ପୁଷ୍ପା’ ଷ୍ଟାଇଲରେ କେନାଲ ପାଣି ଭିତରେ ଲୁଚାଇ ରଖିଥିଲେ କାଠ ମାଫିଆ। ଆଜି ଏହାକୁ ଚାଲାଣା କରାଯାଉଥିଲା। ଖବର ପାଇ କୌଡିଆମୁଣ୍ଡା ଫରେଷ୍ଟର ମିତ୍ରଭାନୁ ଦଳପତିଙ୍କ ସହ ୧୨ ଜଣ ଫରେଷ୍ଟ ଗାର୍ଡ ସନ୍ଧ୍ୟାରେ ସାହାଜବାହାଲରେ ପହଂଚିଥିଲେ। କାଠକୁ ଜବତ କରିବାକୁ ବନ ବିଭାଗ କର୍ମଚାରୀମାନେ ପଦକ୍ଷେପ ନେଉଥିବା ବେଳେ ସାହାଜବାହାଲ ଗାଁର ପ୍ରାୟ ୨୦ ଜଣ ବ୍ୟକ୍ତି ହଠାତ ମରଣାନ୍ତକ  ଆକ୍ରମଣ କରିଥିଲେ।

ଏଥିରେ ଫରେଷ୍ଟର ମିତ୍ରଭାନୁ ଦଳପତିଙ୍କ ସହିତ ଫରେଷ୍ଟ ଗାର୍ଡ ବୃନ୍ଦାବନ ସା, ସୁନନ୍ଦ ଭୁଏ, ସମ୍ପଦ ଲବଣୀ, ସୁରେନ୍ଦ୍ର ସାହୁ ପ୍ରମୁଖ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେପଟେ ପୁଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story