ଏକୁଟିଆ ମହିଳାଙ୍କୁ ଦେଖି ଫରେଷ୍ଟ ଗାର୍ଡ ଟେକିନେଲେ, ତା’ ପରେ…

Ordigital Desk
  • Published: Saturday, 21 April 2018
  • , Updated: 21 April 2018, 09:07 AM IST
<p>ନୀଳଗିରି(ଓଡ଼ିଶା ରିପୋର୍ଟର): ନୀଳଗିରିରେ ଲଜ୍ଜା।ରାତିରେ ଧାନ ଜଗିଥିବା ଜଣେ ମହିଳାଙ୍କୁ ୪ଜଣ ଫରେଷ୍ଟ ଗାର୍ଡ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ କାବୁ କରି ନିସ୍ତୁକ ପିଟିଛନ୍ତି ଗାଁ ଲୋକେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ବନ କର୍ମଚାରୀଙ୍କୁ ଉଦ୍ଧାର କରିଛି।</p> <p>ସୂଚନା ଅନୁସାରେ ନୀଳଗିରି ତେଣ୍ଡା ଗାଁର ଜଣେ ମହିଳା ଧାନ ଫସଲ ଜଗିବାକୁ ଏକ ମଞ୍ଚା କରି ରାତିରେ ତାଙ୍କର ଛୋଟ ଝିଅ ସହ ଶୋଇଥିଲେ। ଏହି ସମୟରେ ମହିଳାଙ୍କୁ ୪ଜଣ ଫରେଷ୍ଟଗାର୍ଡ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ଏନେଇ ମହିଳା ଜଣଙ୍କ ପାଟି କରିବାରୁ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତିନି ଜଣ ଫରେଷ୍ଟଗାର୍ଡଙ୍କୁ ଧରି ମାଡ଼ ମାରିଥିଲେ। ତେବେ ଅନ୍ୟଜଣେ ଫରେଷ୍ଟଗାର୍ଡ ଖସିଯିବାରେ ସମର୍ଥ ହୋଇଛନ୍ତି।&nbsp; ପୋଲିସ ପହଞ୍ଚି ଅଟକ ବନ କର୍ମଚାରୀଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।</p> <p>ନୀଳଗିରି&nbsp; ଏଏସ୍&zwnj;ଆଇ&nbsp; ଦୀନବନ୍ଧୁ ମହାନ୍ତି କହିଛନ୍ତି,- &nbsp;ଘଟଣାର ତଦନ୍ତ ଚାଲିଛି।&nbsp; ଲୋକମାନଙ୍କୁ ପଚରାଉଚରା କରାଯାଉଛି। &rdquo;</p>

Related story